*ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ଜିଲ୍ଲା ବୈଠକ ଓ ବସନ୍ତ ମିଳନ*
ଗଜପତି, ୮.୩( ମନୋଜ ପାଢ଼ୀ):– ,ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ, ଗଜପତି ଆନୁକୂଲ୍ୟରେ ଚଳିତବର୍ଷର ଜିଲ୍ଲା ବୈଠକ ତଥା ବସନ୍ତ ମିଳନ ପର୍ବ ଜିଲ୍ଲା କାର୍ଯ୍ୟାଳୟ ଦାମୋଦର ବିହାର ଠାରେ ଜିଲ୍ଲା ସଭାପତି ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରରେ ସମସ୍ତ ଆଜୀବନ ସଦସ୍ୟ ଯୋଗ ଦେଇଥିଲେ। ବୈଠକରେ ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ଏକ ତାଲିକା ପ୍ରସ୍ତୁତ କରାଯିବା ସହ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ଚଳିତ ମାସ ମାର୍ଚ୍ଚ ୧୧ ତାରିଖରେ “ଶାସ୍ତ୍ରୀୟ ଭାଷା ଦିବସ” ଏବଂ ମାର୍ଚ୍ଚ ୧୯ ତାରିଖ ରେ “ବର୍ଷ ପ୍ରତିପଦା” ପାଳନ ପାଇଁ ସ୍ଥାନ ଏବଂ ନିମନ୍ତ୍ରିତ ଅତିଥିମାନଙ୍କର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏହି ଅବସରରେ ବସନ୍ତ ଋତୁ ସଂପର୍କିତ ଏକ କବିତା ଆସର ଆୟୋଜନ କରାଯାଇଥିଲା ।
ସମସ୍ତ ସଦସ୍ୟ ବୃନ୍ଦ ସ୍ବରଚିତ କବିତା ଆବୃତ୍ତି କରିଥିଲେ।କବୀ ମାନଙ୍କ ମଧ୍ୟରେ ଆଶାଲତା ପାଣିଗ୍ରାହୀ, ଡ.କଲ୍ୟାଣୀ ମିଶ୍ର, ବରଦା ଆଚାର୍ଯ୍ୟ,ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ସୁହଂସ ଭୋଇ, ସଙ୍ଗୀତା ପାତ୍ର, ପ୍ରେମାଞ୍ଜଳୀ ପଣ୍ଡା, ଅଞ୍ଜନା ପଟ୍ଟନାୟକ, ଶ୍ୱେତା ପଟ୍ଟନାୟକ, ଅନୁଶ୍ରୀ ପଟ୍ଟନାୟକ, ବବିତା ପୁରୋହିତ, ଗୌରହରି କରସୁଧା ପଟ୍ଟନାୟକ, ମନୋଜ କୁମାର ପଟ୍ଟନାୟକ, ମନୋଜ କୁମାର ପଣ୍ଡା, ରାଜେନ୍ଦ୍ର କୁମାର ରଥ , ସରୋଜ କୁମାର ପଣ୍ଡା, ଶଶିଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କବିତା ପାଠ ସହ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।ଆଜିର ବୈଠକରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଡ.କଲ୍ୟାଣୀ ମିଶ୍ର ମାର୍ଗ ଦର୍ଶନ କରିଥିବାବେଳେ ସହ ସଂପାଦିକା ସ୍ନିଗ୍ଧା ମିଶ୍ର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କୁ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁବ ପ୍ରତିଭା ଅନ୍ବେଷା ରଥ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ ।
