ମହେନ୍ଦ୍ର ତନୟା ନଦୀ ପୋଲ ବୁଲାଣି ରାସ୍ତା ଠାରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ ।

ମହେନ୍ଦ୍ର ତନୟା ନଦୀ ପୋଲ ବୁଲାଣି ରାସ୍ତା ଠାରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ । ଆର,ଉଦୟଗିରି(ମନୋଜ କୁମାର ପାଢୀ) :—–ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ମହେନ୍ଦ୍ର ତନୟା ନଦୀ ବୁଲାଣି ରାସ୍ତା ଠାରେ ବାଇକ୍ ରୁ ପଡ଼ି ଜଣେ ଯୁବକ ଗୁରୁତର ହୋଇଥିବା ସୁଚନା ମିଳିଛି।ଗୁରୁତର ଯୁବକ ଜଣକ ହେଲେ ରତ୍ନପୂର୍ ଗ୍ରାମ ର ରବୀନ୍ଦ୍ର ବଡ଼ମୁଣ୍ଡି ବୋଲି ଜଣା ପଡିଛି। ଗୁରୁତର ଯୁବକଙ୍କୁ ସ୍ଥାନୀୟ  ଲୋକଙ୍କ ସହଯୋଗରେ ଅଗ୍ନିଶମ ଯବାନ ମାନେ ଉଦ୍ଧାର କରି ରାୟଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରାଇ ଥିଲେ। ପରେ ରବୀନ୍ଦ୍ର ଙ୍କ ଅବସ୍ଥା ସଙ୍କଟ ପୂର୍ଣ୍ଣ ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ  କରାଯାଇଥିବା ସୂଚନା ମିଳିଛି। ଖବର ପାଇଁ ରାୟଗଡ଼ ଥାନା ପୋଲିସ ଅଧିକ ତଦନ୍ତ କରୁଛି l