ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ।

ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ।

ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ।

ଗଜପତି,୧୧.୧ (ମନୋଜ ପାଢ଼ୀ) ଶନିବାର ଦିନ ମହେନ୍ଦ୍ରଗଡ଼ ସ୍ଥିତ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ କ୍ରୀଡା ଶିକ୍ଷକ ଶ୍ରୀ ଟି ଗଙ୍ଗାଧର ପାତ୍ର ପରିଚାଳନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ଶ୍ରୀ ରାଧାକୃଷ୍ଣ ପଣ୍ଡା ଶ୍ରୀ ପ୍ରସନ୍ନ କୁମାର ଦାସ ଉପସ୍ଥିତ ଥିଲେ | ଛାତ୍ରୀ ମାନଙ୍କ ମଧ୍ୟରେ ନବମ ଶ୍ରେଣୀର ଖୁସି ସିଂ ମ୍ୟୁଜିକାଲ ଚେୟାରରେ ବିଜୟୀ ହୋଇଥିବା ବେଳେ ଛୁଞ୍ଚି ସୁତା ଖେଳରେ ନସରିନ ଲିମା ପ୍ରଥମ ଶ୍ରୀୟାରାଣୀ ସାହୁ ଦ୍ଵିତୀୟ ଓ ମିନାକ୍ଷୀ ଶତୃଶଲ୍ୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି |

ସେହିପରି ଛାତ୍ର ମାନଙ୍କ ମଧ୍ୟରେ ଭଲିବଲ,, ଖୋକ, 100 ଓ 200ମିଟର ଦୌଡ ପ୍ରତିଯୋଗିତା ହୋଇଥିଲା |ଆସନ୍ତା ଗଣତନ୍ତ୍ର ଦିବସ ଅବସରରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ମତ ପ୍ରକାଶ କରିଛନ୍ତି |ଏଭଳି କ୍ରୀଡା ପ୍ରତିଯୋଗିତା ଦ୍ୱାରା ଛାତ୍ର ଛାତ୍ରୀମାନେ ଆନନ୍ଦ ଅନୁଭବ କରିବା ସହ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ହେବ ଏବଂ ପଢା କ୍ଷେତ୍ରରେ ମନଯୋଗୀ ହେବେ ବୋଲି ହିନ୍ଦୀ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ମତ ସାବ୍ୟସ୍ତ କରିଛନ୍ତି