ମହେନ୍ଦ୍ରଗଡ଼ ଓ ଚାନ୍ଦିପୁଟରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ।
ଗଜପତି, 1୭7/1(ମନୋଜ ପାଢ଼ୀ) ମହେନ୍ଦ୍ରଗଡ଼ରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ବର୍ଷ ଅବସରରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ରେ ଆରଏସଏସ ଗଜପତି ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ପ୍ରସାଦ ଘଡ଼ାଇ ଯୋଗଦେଇ ବର୍ତମାନ ର ଆହ୍ୱାନ ଓ ହିନ୍ଦୁ ସମ୍ମିଳନୀ ର ଆବଶ୍ୟକତା ଉପରେ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଖଣ୍ଡ ସଂଘଚlଳକ ରଘୁନାଥ ବେହରଦଳାଇ, ମହେନ୍ଦ୍ରଗଡ଼ ପାତ୍ର ତ୍ରିନାଥ ସୁନ୍ଦରାଇ ପାତ୍ର, ବୁଦ୍ଧିଜୀବୀ ସୁରେନ୍ଦ୍ର ପଣ୍ଡା, ସୁଦର୍ଶନ ପଣ୍ଡା, ନୀଳାଞ୍ଚଳ ପାଣିଗ୍ରାହୀ, ଦଣ୍ଡପାଣି ତରସିଆ, ନୀଳମାଧଵ ନାୟକ, ଓ ପ୍ରକାଶ ବଡ଼ ରଇତ ପ୍ରମୁଖ ମଞ୍ଚାସିନ ଥିଲେ l
ଏହି ଅବସରରେ ଆରଏସଏସ ଗଞ୍ଜାମ ବିଭାଗ ସହ କାର୍ଯ୍ୟବାହ ଜୁରିଆ ଜାନି, ବରିଷ୍ଠ ନେତା କାମଦେବ ବଡନାୟକ ଓ ବିରଭାସ୍କର ପାଇକ ଉପସ୍ଥିତ ଥିଲେ l ସେହିପରି ଚାନ୍ଦିପୁଟ ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅଞ୍ଚଳର ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ସଂଘର ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ମୁଖ୍ୟବକ୍ତା ଆରଏସଏସ ଗଞ୍ଜାମ ବିଭାଗ ବୌଦ୍ଧିକ ପ୍ରମୁଖ ରବୀନ୍ଦ୍ର ପାତ୍ର ଯୋଗଦେଇ ମାର୍ଗଦର୍ଶନ କରିଛନ୍ତି l
