ମହିଳା ସ୍ନାତକ ମହାବିଦ୍ୟାଳୟ, ପାରଳାଖେମୁଣ୍ଡିରେ ରାଜ୍ୟ ସୁରୀୟ ଓଡିଆ ”ଭାଷା ସମ୍ପାନ” କାର୍ଯ୍ୟକ୍ରମ ଆୟୋଜିତ ।

ମହିଳା ସ୍ନାତକ ମହାବିଦ୍ୟାଳୟ, ପାରଳାଖେମୁଣ୍ଡିରେ ରାଜ୍ୟ ସୁରୀୟ ଓଡିଆ ''ଭାଷା ସମ୍ପାନ'' କାର୍ଯ୍ୟକ୍ରମ ଆୟୋଜିତ ।

ମହିଳା ସ୍ନାତକ ମହାବିଦ୍ୟାଳୟ, ପାରଳାଖେମୁଣ୍ଡିରେ ରାଜ୍ୟ ସୁରୀୟ ଓଡିଆ ”ଭାଷା ସମ୍ପାନ” କାର୍ଯ୍ୟକ୍ରମ ଆୟୋଜିତ ।ଗଜପତି: ତା ୨୮.୦୨.୨୦୨୬(ମନୋଜ ପାଢ଼ୀ)-:ରିଖ ଦିନ ଓଡିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ବର ଏବଂ ମହିଳା ସ୍ନାତକ ମହାବିଦ୍ୟାଳୟ, ପାରଳାଖେମୁଣ୍ଡି, ଜିଲ୍ଲା ଗଜପତିର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ”ଭାଷା ସମ୍ପାନ” ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯାଳୟ ଅର୍ନ୍ତଭୁକ୍ତ ଆର.ସେ.ଟି. ସମ୍ମିଳନୀ କକ୍ଷ ରେ ସୂଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ଯକ୍ଷା ଡ଼ ରୀନା ସାହୁଙ୍କ ପୌରୋହିତ୍ୟ କରିଥିଲେ । ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କଲାପରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ସୁସାହିତ୍ୟିକ ଡ଼ଲମ୍ବୋଦର ପାଣିଗ୍ରାହୀ, ଡ଼ ଅଶୋକ ପଣ୍ଡା ଏବଂ ରାଜଲକ୍ଷ୍ମୀ ଦେବୀ ପ୍ରମୁଖ ସମ୍ମାନୀତଅତିଥି ରୂପେ ଯୋଗ ଦେଇ ଯୁବପିଢିଙ୍କ ବିକାଶ ଦିଗରେ ଓଡିଆ ଭାଷା ଓ ସାହିତ୍ୟର ଭୂମିକା ବିଷୟରେ – ଆଲୋକପାତ କରିଥିଲେ ।ମୁଖ୍ୟବକ୍ତା ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓଡିଆ ଭାଷା ଓ ସାହିତ୍ୟର ଗତି ଓ ପ୍ରଗତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆନ୍ଧ୍ରପ୍ରଦେଶର ବାରୁଆ ସରକାରୀମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ଼ରାମାରାଓ ମାଝୀ ”ଯୁବ ପିଢି ଓ ମାତୃଭାଷା ସାହିତ୍ୟ” ବିଷୟରେ ନିବନ୍ଧ ପାଠ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷ ସୁଚାରୁରୂପେକର୍ମଚାରୀଙ୍କ ସହାୟତାରେସଂପନ୍ନ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀ ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତକରିଥିଲେ । ସଭାଶେଷରେ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଓଡିଆ ଭାଷା ସ୍ତରରେ ଅନୁଷ୍ଠିତ ହୋଇଥିବା ଓଡିଆ ଭାଷା ଓ ସାହିତ୍ୟର ବିଭିନ୍ନ ପ୍ରତିଯୋଗିତା (ବକ୍ତୃତା, ପ୍ରବନ୍ଧ ଓ ଶୁଦ୍ଧଲିଖନ)ରେ ଅଂଶ ଗ୍ରହଣ କରିଥିବା କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବରଦା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।