ମହିଳା ସ୍ନାତକ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ।

ମହିଳା ସ୍ନାତକ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ।

ମହିଳା ସ୍ନାତକ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ।

ଗଜପତି, ୧୦.୧(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ୍ ସେବା ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥ୍‌ ସିଭିଲ୍ ଜର୍ଜ ବିମଳ ରାଉଳଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀମାନେ ଆଜିକାଲି କିଭଳି ଫୋନ୍ ଯୋଗୁଁ ବିଭିନ୍ନ ଛଳନା ଓ ଯୌନହିଂସାର ଶିକାର ହେଉଛନ୍ତି ଏବଂ ଏହାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଆଇନ୍ ସେବା ବିଭାଗ ସର୍ବଦା ତତ୍ପର ବୋଲି ମୁଖ୍ୟ ଅତିଥ୍‌ ବକ୍ରବ୍ୟ. ରଖିଥିଲେ ।

ଏହାଛଡା ମାଦକ ଦ୍ରବ୍ୟ ସେବନ, ପରିବେଶ ସୁରକ୍ଷା ତଥା ନାରୀ ନିର୍ଯ୍ୟାତନା ସଂପର୍କରେ ମଧ୍ଯ ଆଲୋକପାତ କରିଥିଲେ । ସେହିଭଳି ଗୋଷାଣୀ ସି.ଡି.ପି.ଓ ନମିତା ମହାରଣା ମଧ୍ୟ ବାଲ୍ୟ ବିବାହ କାହିଁକି ହୁଏ ଓ ଏହାକୁ କିଭଳି ରୋକାଯାଇପାରିବ ଉପସ୍ଥିତ ଛାତ୍ରୀଙ୍କୁ ପ୍ରଶ୍ନୋତ୍ତର ମାଧ୍ଯମରେ ବୁଝାଇ କହିଥିଲେ ।

ଶେଷରେ ବରିଷ୍ଠ ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା (ନାଲସା) ର ମିସ୍ ଅନନ୍ୟା ପାତ୍ର, ନାଗେଶ୍ବର ଚୌଧୁରୀ ପ୍ରଭୃତି ଯୋଗ ଦେଇଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ।

ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ
ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ