ମହିଳା ଓ୍ବାକର୍ସ କ୍ଲବ ସଭାନେତ୍ରୀ ହେଲେ ଶର୍ମିଷ୍ଠା ପାଢ଼ୀ

ମହିଳା ଓ୍ବାକର୍ସ କ୍ଲବ ସଭାନେତ୍ରୀ ହେଲେ ଶର୍ମିଷ୍ଠା ପାଢ଼ୀ

ମହିଳା ଓ୍ବାକର୍ସ କ୍ଲବ ସଭାନେତ୍ରୀ ହେଲେ ଶର୍ମିଷ୍ଠା ପାଢ଼ୀ

ରାୟଗଡ (ଅମୁଲ୍ୟ ନିଶଙ୍କ ): ମହିଳା ୱାକର୍ସ କ୍ଲବ ସଭାନେତ୍ରୀ ମନୋନୀତ ପାଇଁ ମହିଳା ୱାକର୍ସମାନଙ୍କୁ ନେଇ ୱାକର୍ସ ଇଣ୍ଟରନେଶନାଲ ପକ୍ଷରୁ ପିତାମହଲ ସ୍ଥିତ ବନଦୁର୍ଗା ମନ୍ଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମହିଳା ୱାକର୍ସ କ୍ଲବର ନୂଆ କର୍ମକର୍ତ୍ତାଙ୍କ ଚୟନ ନିମନ୍ତେ ଆଲୋଚନା ହୋଇଥିଲା । ଆଲୋଚନାରେ ସର୍ବସମ୍ମତି କ୍ରମେ ସଭାନେତ୍ରୀ ଭାବେ ରାୟଗଡର ଜଣାଶୁଣା ବିଶିଷ୍ଟ ସମାଜସେବୀ ଭାବେ ପରିଚିତ ନାରୀନେତ୍ରୀ ତଥା ୧୬ ନଂ ୱାର୍ଡର କାଉନସିଲର ଶ୍ରୀମତୀ ଶର୍ମିଷ୍ଠାପାଢୀଙ୍କୁ ଚୟନ କରାଯାଇଥିଲା ।

ଶ୍ରୀମତୀ ଶର୍ମିଷ୍ଠା ରେଳ କର୍ମଚାରୀ ନେତା ଅଶୋକ ପାଢ଼ୀଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଦୁଇ ଦୁଇ ଥର ରାୟଗଡ. ପୌର ପରିଷଦ ର କାଉନସିଲେର ଭାବେ ନିର୍ବାଚିତ ହୋଇଛନ୍ତି ଓ ବିଜେଡି ଜ଼ିଲ୍ଲା ମହିଳା ସଭାନେତ୍ରୀ ଭାବେ ମଧ୍ୟ୍ୟ କାମକରିଆସିଥିଲେ lଏଥି ସହ କ୍ଲବର ସଂପାଦି କା ଭାବେ ଅଂଜଳି ସ୍ୱାଇଁ ଏବଂ କୋଷାଧ୍ୟକ୍ଷ ଭାବେ ସୁଜତା ପାଢୀଙ୍କୁ ଚୟନ କରାଯାଇଥିଲା । ସଭାନେତ୍ରୀ ଭାବେ ଚୟନ ହେବା ପରେ ସମସ୍ତ ସଦସ୍ୟାଙ୍କୁ ଧନ୍ୟବାଦ ଦେବା ସହ କ୍ଲବର ବି କାଶ ସହ ବିଶେଷ କରି ରାୟଗଡର ମହିଳାମାନେ କିପରି ସାବଲମ୍ବୀ ହେବେ ସେ ନେଇ କାମ କରିବି ବୋଲି ଶର୍ମିଷ୍ଠା ପ୍ରକାଶ କରିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ