ମହିଳାଙ୍କୁ ହତ୍ୟା ଉଦ୍ୟମ, ଯୁବକ ଫେରାର।

ମହିଳାଙ୍କୁ ହତ୍ୟା ଉଦ୍ୟମ, ଯୁବକ ଫେରାର।

ମହିଳାଙ୍କୁ ହତ୍ୟା ଉଦ୍ୟମ, ଯୁବକ ଫେରାର।

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର)ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅର୍ନ୍ତଗତ ଶୁଣ୍ଢିପଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ବାକି ଟଙ୍କା ମାଗିବାକୁ ନେଇ ଉକ୍ତ ଗ୍ରାମର ରାନୁ ବିଷୋୟୀ ନାମ୍ନୀ ଜଣେ ମହିଳାଙ୍କୁ ଉକ୍ତ ଗ୍ରାମର ଗଙ୍ଗା ନାୟକ ନାମକ ଜଣେ ଯୁବକ ପଥର ଛେଚି ହତ୍ୟା ଉଦ୍ୟମ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ଗୁରୁତର ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଗତ କିଛି ମାସ ତଳେ ଆକ୍ରମଣକାରୀ ଯୁବକ ଗଙ୍ଗା କୌଣସି କାମରେ ବାହାରକୁ ଯିବା ପାଇଁ ରାନୁ ବିଷୋୟୀ କୁ ମୋଟରସାଇକେଲ ମାଗି ନେଇ ଦୁର୍ଘଟଣା ର ସ୍ବୀକାର ହୋଇ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲା। କିନ୍ତୁ ମୋଟରସାଇକେଲ ଭାଙ୍ଗି ଯାଇଥିଲା ଓ ଏହି ବାବଦରେ ରାନୁ ବିଷୋୟୀ ଗଙ୍ଗା କୁ ୬୦ ହଜାର ଟଙ୍କା ଦାବି କରିଥିଲେ।ଦିନ ପରେ ଦିନ ଗଡି ଚାଲିଥିବା ବେଳେ ଗତକାଲି ମହିଳା ଜଣକ ଗଙ୍ଗା କୁ ଟଙ୍କା ମାଗିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ଗଙ୍ଗା ଉତ୍ୟକ୍ତ ହୋଇ ଏକ ବଡ ପଥର ଛେଚି ରାନୁ କୁ ଗୁରୁତର ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି।