ମହାସମାରୋହରେ ମହାଶିବରାତ୍ରି ଜାଗର ଯାତ୍ରା ରେ ଆଶ୍ରା ବୃଦ୍ଧାଶ୍ରମ ର ଅନ୍ତେବାସୀ।

ମହାସମାରୋହରେ ମହାଶିବରାତ୍ରି ଜାଗର ଯାତ୍ରା ରେ ଆଶ୍ରା ବୃଦ୍ଧାଶ୍ରମ ର ଅନ୍ତେବାସୀ।

ମହାସମାରୋହରେ ମହାଶିବରାତ୍ରି ଜାଗର ଯାତ୍ରା ରେ ଆଶ୍ରା ବୃଦ୍ଧାଶ୍ରମ ର ଅନ୍ତେବାସୀ।

ବରଗଡ ଜିଲ୍ଲା ସୋହେଲା ବ୍ଲକ ନଅଗାଁ ଦଶମାଇଲ ଛକ ନିକଟରେ ଥିବା “ଅଭିଜିତ ଫାଉଣ୍ଡେସନ” ପରିଚାଳିତ ଆଶ୍ରା ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଆଜିର ଦିନଟି ଥିଲା ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଉତ୍ସାହର ଏକ ସ୍ମରଣୀୟ ଅବସର। ଅନୁଷ୍ଠାନର ସମ୍ପାଦକ ଶ୍ରୀ ଲୀଲାମୟ ବେହେରା ଓ ଶ୍ରୀ ରଞ୍ଜନ କୁମାର ପଣ୍ଡାଙ୍କ ଉଦ୍ୟମ ଓ ସହଯୋଗ ରେ ଆଶ୍ରମର ବୃଦ୍ଧ ଅନ୍ତେବାସୀମାନେ ସାଲେପାଲି ଗ୍ରାମ ର ପ୍ରସିଦ୍ଧ ଜାଗର ଯାତ୍ରାରେ ଯୋଗଦେଇ ଭକ୍ତିମୟ ପରିବେଶରେ ମହାଦେବଙ୍କ ଦର୍ଶନ କରିଥିଲେ। ଏହା ସହିତ ସେମାନେ ରଖିଥିବା ବିଧିପୂର୍ବକ ଉପବାସକୁ ଗଭୀର ଶ୍ରଦ୍ଧାରେ ମହାଦେବ ବାବାଙ୍କୁ ପୂଜାର୍ଚ୍ଚନା କରି ମାନସିକ ଶାନ୍ତି ଲାଭ କରିଥିଲେ। ମନ୍ଦିର ପରିସରରେ ଭଜନ, ଶଂଖଧ୍ୱନି ଓ ଧୂପର ସୁଗନ୍ଧ ମଧ୍ୟରେ ବୃଦ୍ଧମାନଙ୍କ ମୁହଁରେ ଦେଖାଯାଉଥିବା ଭକ୍ତିର ଉଜ୍ଜ୍ୱଳ ଚମକ।

ଏହି ଅବସରରେ ସ୍ଥାନୀୟ ଲୋକ ମାନେ ମଧ୍ୟ ଆଶ୍ରମର ସେବାମୟ କାର୍ଯ୍ୟକୁ ସ୍ୱାଗତ କରିଥିବା ବେଳେ, ବୃଦ୍ଧ/ ବୃଦ୍ଧା ମାନଙ୍କୁ ଏପରି ଆଧ୍ୟାତ୍ମିକ କାର୍ଯ୍ୟରେ ସାମିଲ କରାଇଥିବା କାରଣରୁ ମାନବିକ ଓ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ।ଭଗବାନ ଶିବ ସମସ୍ତ ଅନ୍ତେବାସୀଙ୍କୁ ଆଶୀର୍ବାଦ କରୁନ୍ତୁ, ତାଙ୍କ ସ୍ୱାସ୍ଥ୍ୟ ସୁଦୃଢ କରନ୍ତୁ ଏବଂ ଆଶ୍ରା ବୃଦ୍ଧାଶ୍ରମର ଏହି ସେବା ଯାତ୍ରାକୁ ଆହୁରି ବିସ୍ତୃତ ଓ ସଫଳ କରିବା ପାଇଁ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ।ଆଶ୍ରା ପରିବାର।୧୦ ମାଇଲ: ନଅଗାଁ