ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଓ ଦୁଇଜଣ ଗୁରୁତର ଆହତ । ଗଞ୍ଜାମ:କାର୍ତ୍ତିକ ପୂର୍ଣ୍ଣିମାର ସୁର୍ଯ୍ୟଦୋୟ ଓ ବୋଇତ ବନ୍ଦାଣ ଉତ୍ସବ ଦେଖିବାକୁ ଗୋପାଳପୁର ଆସୁଥିବା ଦିଗପହଣ୍ଡି ଅଞ୍ଚଳର ଦୁଇ ଛାତ୍ର ପ୍ରଦ୍ୟୁମ୍ନ ସାବତ ଓ ସନ୍ତୋଷ ପାଢ଼ୀ ବ୍ରହ୍ମପୁର ଏସ୍ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ତ୍ତବ୍ୟରତ ଗୃହରକ୍ଷୀ ଶାନ୍ତନୁ ପାଢ଼ୀ ଙ୍କ ମୋଟରସାଇକେଲ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଗାଡ଼ି ଚଳାଉଥିବା ପ୍ରଦ୍ୟୁମ୍ନ ଛିଞ୍ଚାଡି ହୋଇ ରାସ୍ତାର କିଛି ଦୂରରେ ପଡି ଯାଇଥିଲା ଓ ତା’ର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ଅବସ୍ଥାରେ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଆହତ ସନ୍ତୋଷ ର ହାତ ଭାଙ୍ଗି ଯାଇଛି ଓ ଗୃହରକ୍ଷୀ ଶାନ୍ତନୁ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୋଟରସାଇକେଲ କୁ ଜବତ ନିକଟରେ ସଂଯୋଗ ହୋଇଥିବା ସିସିଟିଭି କ୍ୟାମେରା ଫୁଟେଜ କୁ ଆଧାର କରି ତଦନ୍ତ ଚଳାଇଛନ୍ତି।
Related Posts

ସୁନା ଓ ରୁପା ବେଗ ଝାମ୍ପି ନେଲେ ଦୁଇ ଦୁବୃତ୍ତ,
ସୁନା ଓ ରୁପା ବେଗ ଝାମ୍ପି ନେଲେ ଦୁଇ ଦୁବୃତ୍ତ, ଆର,ଉଦୟଗିରି(ମନୋଜ ପାଢୀ) – ଗତ ବିଳମ୍ବିତ ରାତି ପ୍ରାୟ 9:00 ସମୟରେ ମୋହନା ବଜାରରେ ଥିବା…

ରାୟଗଡରେ ଇ -ଅଫିସ ଶୁଭାରମ୍ଭ କଲେ ମାନ୍ୟବର ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ l
ରାୟଗଡରେ ଇ -ଅଫିସ ଶୁଭାରମ୍ଭ କଲେ ମାନ୍ୟବର ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ l ରାୟଗଡ:-ତା. ୨୭/୦୧ – ରାୟଗଡାରେ ଇ -ଅଫିସ ଶୁଭlରମ୍ଭ କରିଛନ୍ତି…

ମୋହନା ଅଁଳାଗୁଡା ରେ ଜୈବିକ ସାର ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର ଉଦଘାଟିତ
ମୋହନା ଅଁଳାଗୁଡା ରେ ଜୈବିକ ସାର ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର ଉଦଘାଟିତ .. ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଜୈବିକ ସାର ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ର…