ମମତାର ହସ – ଆଶୀର୍ବାଦର ହାତ ବଢ଼ାଇଥିଲେ, ବଣିଆ ପରିବାର।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଆଶ୍ରା – ଅଭିଜିତ ଫାଉଣ୍ଡେସନ ପରିଚାଳିତ ଆଶ୍ରା ବୃଦ୍ଧାଶ୍ରମ, ୧୦ ମାଇଲ : ନଅଗାଁ ଆଜି ଏକ ସ୍ନେହଭରା ମାନବିକ ମୁହୂର୍ତ୍ତର ସାକ୍ଷୀ ହେବାର ଗୌରବ ଲାଭ କଲା। ଗର୍ଭଣା ଗ୍ରାମର ସୁବଳ ବଣିଆ ଓ ମୀରା ବଣିଆଙ୍କ ସୁପୁତ୍ର ହେମନ୍ତ ବଣିଆ ନିଜ ମାଆଙ୍କ ସହ ପହଞ୍ଚି ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ପାଇଁ ଫଳମୂଳ, ବିସ୍କୁଟ, ଶାଢୀ, ବ୍ଲାଉଜ୍, ଧୋତି ସହ କିଛି ଆବଶ୍ୟକ ରାସନ ସାମଗ୍ରୀ ପ୍ରଦାନ କରି ସେମାନଙ୍କ ଦୈନନ୍ଦିନ ପ୍ରୟୋଜନରେ ସାହାଯ୍ୟର ହାତ ବଢ଼ାଇଥିଲେ। ଯାହା କେବଳ ସାମଗ୍ରୀ ଦାନ ନ ଥିଲା – ଥିଲା ମନରୁ ମନକୁ ଛୁଇଁଯାଇଥିବା ସମ୍ମାନ, ମମତା ଓ ସେବାର ଏକ ଅମୂଲ୍ୟ ସମର୍ପଣ। ଅନ୍ତେବାସୀମାନଙ୍କ ସହ ସ୍ନେହଭରା କଥାବାର୍ତ୍ତା କରି ସେମାନେ ବୃଦ୍ଧାଶ୍ରମର ମହତ୍ ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ। ସେ ସମୟ ରେ ଅନ୍ତେବାସୀ ମାନଙ୍କ ଆଖିରେ ଦେଖିଥିବା ଆନନ୍ଦ, ମୁହଁରେ ଫୁଟୁଥିବା ହସ ଓ ହୃଦୟରୁ ଝରୁଥିବା ଆଶୀର୍ବାଦ ସ୍ପଷ୍ଟ କରୁଥିଲା — ଏଭଳି କାମ ହିଁ ସତ୍ୟ ପୁଣ୍ୟକାର୍ଯ୍ୟ ବୋଲି। ଆଜିର ସ୍ୱାର୍ଥମୟ ସମୟରେ ସୁବଳ ଭଳି ପରିବାର ସମାଜ ପାଇଁ ନିଶ୍ଚୟ ପ୍ରେରଣାର ଦୀପଶିଖା।
ଆଶ୍ରା ବୃଦ୍ଧା ଶ୍ରମ ତରଫରୁ ସୁବଳ ବଣିଆ ଓ ତାଙ୍କ ପରିବାରକୁ ଅଭିନନ୍ଦନ ଓ କୃତଜ୍ଞତା।ମନୁଷ୍ୟ ସେବା ହିଁ ସର୍ବୋଚ୍ଚ ଧର୍ମ – ଏହି ମାନବିକ ଭାବନା ଅବିରତ ରହୁ। ଆଶ୍ରା ଅଭିଜିତ ଫାଉଣ୍ଡେସନ ୧୦ ମାଇଲ: ନଅଗାଁ
