ମଧ୍ୟପ୍ରଦେଶରେ ଅନୁଷ୍ଠିତ ଜାତୀୟ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଅନସିପ ପ୍ରତିଯୋଗିତାରେ ଗଜପତିର ଭେଟେରାନ ଖେଳାଳୀ କିଶୋର ରଥ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରଞ୍ଜ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଲେ ।

ଗଜପତି 16/2(ମନୋଜ ପାଢ଼ୀ):ଗଜପତି ଜିଲ୍ଲାର ଭେଟେରାନ ଖେଳାଳୀ କିଶୋର ଚନ୍ଦ୍ର ରଥ ମଧ୍ୟପ୍ରଦେଶରେ ଅନୁଷ୍ଠିତ ଜାତୀୟ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଅନସିପରେ ବିଭିନ୍ନ ବର୍ଗର ଖେଳକୁଦରେ ସ୍ବର୍ଣ୍ଣପଦକ ସହ ରୌପ୍ୟ ଓ ବ୍ରଞ୍ଜ ପଦକ ହାସଲ କରି କେବଳ ଗଜପତି ଜିଲ୍ଲା ନୁହେଁ ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି ।ମଧ୍ୟପ୍ରଦେଶ ସ୍ଥିତ ମାଷ୍ଟର ଏଥେଲେଟିକ ସମିତି ଦ୍ବାରା ଆୟୋଜିତ ଏହି ଜାତୀୟ ମାଷ୍ଟର୍ସ ଆଥଲେଟିକ୍ ଚମ୍ପିଅନସିପ୍ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟର ଭେଟେରାନ ଖେଳାଳୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ଗଜପତି ଜିଲ୍ଲାରୁ କିଶୋର ଚନ୍ଦ୍ର ରଥ ଭାଗ ନେଇଥିଲେ। ଶ୍ରୀ ରଥ ଏହି ଖେଳକୁଦରେ ଯଥା ୧୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୪ x ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ, ଲଙ୍ଗ୍ ଜମ୍ପରେ ରୌପ୍ୟ ଏବଂ ଟ୍ରିପଲ୍ ଜମ୍ପ ବ୍ରୋଞ୍ଜ ପଦକ ହାସଲ କରିଥିବାର ଜଣାପଡିଛି । ଶ୍ରୀ ରଥଙ୍କୁ ଦୁଇଟି ସ୍ବର୍ଣ୍ଣପଦକ ସହ ଗୋଟିଏ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ସମେତ ମୋଟ ୪ ଗୋଟି ବିଭାଗରେ ପଦକ ହାସଲ କରିଛନ୍ତି । ଏହି ଖବର ଗଜପତି ଜିଲ୍ଲାରେ ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶ୍ରୀ ରଥଙ୍କୁ ଶୁଭେଚ୍ଛା ଜଣାଯାଇଛି । ପ୍ରକାଶ ଯେ ଶ୍ରୀ ରଥ ଅବକାରୀ ବିଭାଗରୁ ଅବସର ଗ୍ରହଣ କରିସାରିଥିଲେ ମଧ୍ୟ ଖେଳୁଆଡ ମନବୃତ୍ତି ଯୋଗୁଁ ସେ ଆଜି ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେଇ ଗଜପତି ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି କରିବାରେ ଲାଗିଛନ୍ତି।