ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବଙ୍କ କୋରାପୁଟ ଗସ୍ତ, ଯୋଜନାର ସମୀକ୍ଷା

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବଙ୍କ କୋରାପୁଟ ଗସ୍ତ, ଯୋଜନାର ସମୀକ୍ଷା

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବଙ୍କ କୋରାପୁଟ ଗସ୍ତ, ଯୋଜନାର ସମୀକ୍ଷା

କୋରାପୁଟ: ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବ ପ୍ରେମଚନ୍ଦ୍ର ଚୌଧୁରୀ ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସି ଜିଲ୍ଲାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିଥିଲେ। ପରେ କୋରାପୁଟ ସଦଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ବୈଠକ କରି ସମସ୍ତ ଯୋଜନାର ପ୍ରଗତି ଓ ସମସ୍ୟାଗୁଡ଼ିକର ସମୀକ୍ଷା କରିଥିଲେ।ଏହି ଅବସରରେ କୋରାପୁଟକୁ ଆକାଂକ୍ଷୀ ଜିଲ୍ଲା ଭାବେ ନେଇ ବିଭିନ୍ନ ସୂଚକର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା। ସେଥିପାଇଁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର କାର୍ଯ୍ୟନିଷ୍ପାଦନକୁ ମଧ୍ୟ ସମୀକ୍ଷା କରାଯାଇଥିଲା। ସଚିବ ବିଶେଷ କରି ପିଞ୍ଜରା ମତ୍ସ୍ୟପାଳନ ବ୍ୟବସ୍ଥାର ମୂଲ୍ୟାଙ୍କନ କରି ସେଥିର ଉନ୍ନତି ପାଇଁ ପରାମର୍ଶ ଦେଇଥିଲେ।ସେ କହିଥିଲେ ଯେ, ବିଭାଗ ସମ୍ପର୍କିତ ସମସ୍ତ ସମସ୍ୟାକୁ ମୁଖ୍ୟ ସଚିବଙ୍କ ସମ୍ମୁଖରେ ଉଠାଯିବ ଏବଂ ଜିଲ୍ଲାର ସମଗ୍ର ବିକାଶ ପାଇଁ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।

ଏହି ବୈଠକରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଧନ୍ୟବାଦ ଜ୍ଞାପନ