ମଣିଷ-ହାତୀ ସଂଘର୍ଷ ହ୍ରାସ ପାଇଁ ‘ଗଜ ସଂରକ୍ଷଣ’ ପ୍ରକଳ୍ପ ଆରମ୍ଭ

ମଣିଷ-ହାତୀ ସଂଘର୍ଷ ହ୍ରାସ ପାଇଁ ‘ଗଜ ସଂରକ୍ଷଣ’ ପ୍ରକଳ୍ପ ଆରମ୍ଭ

ମଣିଷ-ହାତୀ ସଂଘର୍ଷ ହ୍ରାସ ପାଇଁ ‘ଗଜ ସଂରକ୍ଷଣ’ ପ୍ରକଳ୍ପ ଆରମ୍ଭ

ବ୍ରହ୍ମପୁର, ଫେବ୍ରୁଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ ମଣିଷ-ହାତୀ ସଂଘର୍ଷ କମେଇବାକୁ ‘ଗଜ ସଂରକ୍ଷଣ’ ପ୍ରକଳ୍ପ ଆରମ୍ଭ କରାଯାଇଛି। ସ୍ନେହା ସ୍ୱେଚ୍ଛାସେବୀ ସଂଗଠନର ସହଯୋଗରେ ଘୁମୁସର ଉତ୍ତର ବନଖଣ୍ଡ ଅଞ୍ଚଳରେ ପାଇଲଟ୍ ଭାବେ ଏହା କାର୍ଯ୍ୟକାରୀ ହୋଇଛି। ହାତୀଙ୍କୁ ବିଦ୍ୟୁତ ଆଘାତରୁ ସୁରକ୍ଷା, ସଚେତନତା ବୃଦ୍ଧି ଓ ବନ ବିଭାଗ-ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବା ଏହାର ଲକ୍ଷ୍ୟ।ମାଝଗଡ଼ା, ତାରାସିଂ, ଗାଲେରୀ ଓ ଜଗନ୍ନାଥପ୍ରସାଦ ଜଙ୍ଗଲ ରେଞ୍ଜରେ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଛି। ବିଦ୍ୟୁତ ବିପଦ ଥିବା ୧୧୪ଟି ସ୍ଥାନ ଚିହ୍ନଟ କରାଯାଇ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନିଆଯାଇଛି। ସେହିପରି ପ୍ରାୟ ୧୯୦ କିମି ଖୋଲା ତାରକୁ ଆବଦ୍ଧ ତାରରେ ପରିବର୍ତ୍ତନ ଓ ୧ ହଜାରରୁ ଅଧିକ ମଧ୍ୟବର୍ତ୍ତୀ ଖୁଣ୍ଟ ସ୍ଥାପନ କରାଯାଇଛି।କମ୍ପାନୀର ସିଇଓ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, ଜୈବ ବିବିଧତା ସଂରକ୍ଷଣ ଓ ଗୋଷ୍ଠୀ କଲ୍ୟାଣ ପାଇଁ କମ୍ପାନୀ ପ୍ରତିବଦ୍ଧ। ବନ ବିଭାଗ ଓ ସ୍ଥାନୀୟ ସମୁଦାୟ ସହ ମିଶି ମଣିଷ-ହାତୀ ସହଅବସ୍ଥାନକୁ ସୁଦୃଢ଼ କରାଯାଉଛି।