ମଝିଘରିଆଣୀ ହୁଣ୍ଡିରୁ ମିଳିଲା କୋଟିଏରୁ ଅଧିକ ଟଙ୍କା

ମଝିଘରିଆଣୀ ହୁଣ୍ଡିରୁ ମିଳିଲା କୋଟିଏରୁ ଅଧିକ ଟଙ୍କା

ମଝିଘରିଆଣୀ ହୁଣ୍ଡିରୁ ମିଳିଲା କୋଟିଏରୁ ଅଧିକ ଟଙ୍କା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମଝିଘରିଆଣୀ ଦେବୀଙ୍କ ଦାନ ହୁଣ୍ଡି ଗଣତି ସମ୍ପନ୍ନ ହୋଇଛି। ହୁଣ୍ଡି ଗଣତି ସମୟରେ ଭକ୍ତମାନଙ୍କ ଅପାର ଶ୍ରଦ୍ଧାର ପ୍ରତିବିମ୍ବ ଦେଖିବାକୁ ମିଳିଛି।ହୁଣ୍ଡିରୁ ସମୁଦାୟ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ମିଳିଥିବା ସୂଚନା ମିଳିଛି।

ଏହା ସହିତ ହୁଣ୍ଡିରୁ ୨୧୫୦ ଗ୍ରାମ ରୁପା ଓ ୩୦ ଗ୍ରାମ ସୁନା ମଧ୍ୟ ବାହାରିଛି।ଆଶ୍ଚର୍ଯ୍ୟର କଥା ହେଉଛି, ହୁଣ୍ଡି ମଧ୍ୟରୁ ୨୩ଟି ବିଦେଶୀ ନୋଟ୍ ମଧ୍ୟ ମିଳିଥିବା ଜଣାପଡ଼ିଛି, ଯାହା ମା’ ମଝିଘରିଆଣୀଙ୍କ ମହିମା ଓ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କ ଶ୍ରଦ୍ଧାକୁ ପ୍ରମାଣ କରୁଛି।ହୁଣ୍ଡି ଗଣତି ପ୍ରଶାସନିକ ଅଧିକାରୀ, ମନ୍ଦିର କମିଟି ସଦସ୍ୟ ଓ ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୁଚାରୁରୂପେ କରାଯାଇଥିଲା।

ମିଳିଥିବା ଅର୍ଥ ମନ୍ଦିରର ବିକାଶ କାର୍ଯ୍ୟ ଓ ଭକ୍ତ ସୁବିଧାରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି।