ମକର ସଂକ୍ରାନ୍ତି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ୩୩ ଯୁନିଟ ରକ୍ତ ସଂଗ୍ରହ ହୋଇଥିଲା
ବରଗଡ (ଭବାନୀ ଶଙ୍କର ପାଢ଼ୀ) ତା- ୧୪.୦୧.୨୦୨୬ (ବୁଧବାର)ମକର ସଂକ୍ରାନ୍ତି ଅବସରରେ ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସିମା ଗ୍ରାମ ପଞ୍ଚାୟତର ମାଲିପାଲି ଠାରେ ନିଷ୍ଠା ପରିବାର ଓ ମକର ମେଲା ମହୋତ୍ସବ କମିଟି, ମାଲିପାଲି ଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ବରେଣ୍ୟ ଅତିଥି ଭାବରେ ବରଗଡ଼ ବିଧାୟକଙ୍କ ବଡ଼ ଭାଇ ଶ୍ରୀ ପ୍ରଦୀପ ଷଡ଼ଙ୍ଗୀ, ଶ୍ରୀ ସୁଧାଂଶୁ ଗଡତିଆ, ଏବଂ ମକର ମେଲା ମହୋତ୍ସବ କମିଟିର ସଭାପତି ଶ୍ରୀ ଟଙ୍କଧର ପ୍ରଧାନ ଉପସ୍ଥିତ ରହି ଫିତା କାଟି ଶିବିରର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ।ସମ୍ମାନିତ ଅତିଥି ଭାବରେ ବରଗଡ଼ର ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଓ ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଏହି ଶିବିରରୁ ସର୍ବମୋଟ ୩୩ ଯୁନିଟ ରକ୍ତ ବରଗଡ଼ ରକ୍ତଭଣ୍ଡାର ଦ୍ୱାରା ସଫଳତାର ସହିତ ସଂଗ୍ରହ କରାଯାଇଥିଲା।ଶିବିରର ପରିଶେଷରେ ରକ୍ତଦାନ ଶିବିର ଆୟୋଜନ ପାଇଁ ମକର ମେଲା ମହୋତ୍ସବ କମିଟି, ମାଲିପାଲି କୁ ସ୍ମୃତିଫଳକ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ମକର ମେଲା ମହୋତ୍ସବ କମିଟି, ମାଲିପାଲିର ଗ୍ରାମବାସୀ ଓ ନିଷ୍ଠା ପରିବାରର ସଦସ୍ୟ–ସଦସ୍ୟାମାନେ ସୁଚାରୁରୂପେ ପରିଚାଳନା କରିଥିଲେ।ସମସ୍ତ ରକ୍ତଦାତା, ସହଯୋଗୀ ଓ ଶୁଭେଚ୍ଛୁମାନଙ୍କୁ ନିଷ୍ଠା ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ।
