ଭୋଗୀ ନିଆଁ ରୁ ଆରମ୍ଭ ହେଲା ମକର ପର୍ବ । ଗଜପତି,୧୪.୧(ମନୋଜ ପାଢ଼ୀ)- : ମକର ସଙ୍କ୍ରାନ୍ତି ଓଡିଆ ପରମ୍ପରାର ଏକ ବିଶେଷ ଦିନ ,ଏହାକୁ ବିଭିନ୍ନ ସର୍ମ୍ପଦାୟର ଲୋକ ବିଭନ୍ନଢଙ୍ଗରେ ପାଳନ କରନ୍ତି । ଖାସ କରି ତେଲୁଗୁ ସର୍ମ୍ପଦାୟର ଲୋକେ ଏହାକୁ ତିନି ଦିନ ଧରି ବହୁ ଧୁମଧାମରେ ପାଳନକରିଥାନ୍ତି । କିନ୍ତୁ ପାରଳାଖେମୁଣ୍ଡି ସହର ଆନ୍ଧ୍ର ସିମାବର୍ତ୍ତି ଅଞ୍ଚଳ ହୋଇଥିବାରୁ ଏଠାରେ ଉଭୟ ଭାସାଭାସୀ ବସବାସକରିଥାନ୍ତି । ତେଣୁ ଏଠାକାର ମକର ସଙ୍କ୍ରାନ୍ତି ପାଳନରେ ନିଆରା ମଜା ରହିଛି । ଓଡିଆ ଓ ତେଲୁଗୁ ଉଭୟ ସର୍ମ୍ପଦାୟର ଲୋକ ମିଳିମିଶି ବହୁ ଆଡମ୍ବର ସହକାରେ ଏହି ପର୍ବ ପାଳନ କରିଥାନ୍ତି । ଏହି ଉତ୍ସବ ତିନି ଦିନ ଧରି ପାଳନ କରୁଥିବା ବେଳ ପୁଜାଅର୍ଚ୍ଚନା ପରେ କାଠରେ ନିଆଁ ଲଗାଇ ପ୍ରଥମ ଦିନର ଭୋଗିରେ ହିଁ ନାଚ ଗିତରେ ମସକୁଲ ଅଛନ୍ତି ପାରଳାବାସୀ । ଦ୍ଵିତୀୟ ଦିନରେ ତେଲୁଗୁ ସର୍ମ୍ପଦାୟରେ ମକର ସଙ୍କ୍ରାନ୍ତିରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବା ପରମ୍ପରା ରହିଥିବା ବେଳେ ତୃତୀୟ ଓ ଦିନରେ ସପରିବାର ଏକତ୍ରିତ ହୋଇ ନୁତନ ବସ୍ତ୍ର ପରିଧାନ କରିବା ସହ ପିଠା ପଣାଓ ମିଷ୍ଟାନ ବଣ୍ଟନ କରି ଖୁସି ମନାଇ ଥାନ୍ତି । ସୁର୍ଯ୍ୟଙ୍କ ଉତରାୟଣ ହେଉଥିବାରୁ ମକର ସଙ୍କ୍ରାନ୍ତିର ସ୍ୱତର୍ନ୍ତ ମହାତ୍ମ୍ୟ ରହିଥିବା ବେଳେ ଘରେ ଘରେ ମକର ଚାଉଳ ପୁଜା କରନ୍ତି । ଏହି ଉତ୍ସବକୁ ସବୁ ସର୍ମ୍ପଦାୟରେ ଧୂମ ଧାମରେ ପାଳନ କରନ୍ତି । ତେଣୁ ପବିତ୍ର ମକର ସଂକ୍ରାନ୍ତି ତଥା ଦକ୍ଷଣି ଓଡିଶାର ଏକ ସ୍ବତନ୍ତ୍ର ପର୍ବ ପୋଙ୍ଗଲଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଗଜପତି ଜିଲ୍ଲା ପୁରପଲ୍ଲୀ ଠାରୁ ସହରାଞ୍ଚଳ ।
ଭୋଗୀ ନିଆଁ ରୁ ଆରମ୍ଭ ହେଲା ମକର ପର୍ବ ।
ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ,ମକର ସଂକ୍ରାନ୍ତି ତଥା ପୋଙ୍ଗଲ ପୂର୍ବରୁ ଭୋଗୀ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ତେଲୁଗୁସଂପ୍ରଦାୟର ପ୍ରଥା ଅନୁଯାଇ ମକର ସଂକ୍ରାନ୍ତି ବା ପଙ୍ଗୋଲ ଉତ୍ସବ ପାଳନର ପ୍ରଥମ ପର୍ବ ହେଉଛି ଭୋଗୀ ପାଳନ । ଏଥି ଅନୁଯାଇ ମଙ୍ଗଳ ବାର ମଧ୍ୟ ରାତ୍ରରେ ପାରଳା ସହରର ବିଭିନ୍ନସ୍ଥାନରେ ଶୁଖିଲା କାଠ ଗଣ୍ଡିକୁ ଏକତ୍ରୀତ କରି ଅଗ୍ନି ସଂଯୋଗ କରି ଭୋଗୀ ପର୍ବକୁପାଳନ କରିଛନ୍ତି । ପାରଳା ସହରର ସାହି ସାହିରେ ଗୋଷ୍ଠୀ ବା ଏକତ୍ରିତ ହୋଇ ସୁଖିଲା ଗଣ୍ଡିକୁ ଏକତ୍ରୀତ କରି ଏଥିରେ ଅଗ୍ନୀ ସଂଯୋଗ କରାଯାଇ ଭୋଗୀ ପର୍ବ ପାଳନ କରାଯାଇଥିଲା । ଏହି ଭୋଗୀ ପର୍ବରେ ସହରର ଅନେକ ସ୍ଥାନରେ ବିଭିନ୍ନ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ନିଜ ନିଜ ମଧ୍ୟରେ ପ୍ରଦାନ କରାଯାଇଥିଲା । ସେହିପରି ମକର ସଂକ୍ରନ୍ତି ତଥାପୋଙ୍ଗଲ ପାଳନ ଅବସରରେ ବିଭିନ୍ନ ସାମଗ୍ରୀର ଆବଶ୍ୟକତା ଯୋଗୁଁ ଆଜି ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ମଧ୍ୟ ଭିଡ ପରିଲକ୍ଷିତ ହୋଇଥିଲା ।
