ଭୋଇପାଲି ଅମର ଦାସ ବାବା ମଠ ଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଘ ପୂର୍ଣ୍ଣମୀ ଅଗ୍ନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଭୋଇପାଲି “ଅମର ଦାସ ବାବା” ମଠ ଠାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମାଘମାସ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ଦୁଇ ଦିନ ଧରି ଅଗ୍ନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅମର ଦାସ ବାବା ମଠ ଠାରେ ହୋମଯଜ୍ଞ ଭୋଇବଂଶର ଭୋଇ ମାନେ ପୂଜାର୍ଚ୍ଚନା କରିଥାନ୍ତି।ବାବା କଂ ହୋମଯଜ୍ଞ ଠାରେ ଭକ୍ତ ରହି ଆଶୀର୍ବାଦ ଭିକ୍ଷା କରିଥାନ୍ତି। ମାନସିକ ପୂରଣ ହୋଇ ଥାଏ ବୋଲି ବିଶ୍ଵାସ ରହିଛି। ଚଳିତ ବର୍ଷ ହଜାର ହଜାର ସଂଖ୍ୟାରେ ଭକ୍ତ ଆସି ଆଶୀର୍ବାଦ ଭିକ୍ଷା କରିଥିଲେ। ଭୋଇବଂଶର ସୁଦାମ ଭୋଇ, ନୀଳାଞ୍ଚଳ ଭୋଇ, ଚିତ୍ତ ରଞ୍ଜନ ଭୋଇ, ଅନ୍ୟାନ୍ୟ ଭୋଇ ବଂଶର ପୂଜା କାର୍ଯ୍ୟ ସହଯୋଗ କରିଥିଲେ। ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ, ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇଥିଲେ। ପ୍ରଥମ ଦିନ ରାତିରେ ଥୁଆପାଲି ମହିଳା ସଂକ୍ରିତନ ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଦିନ ବରଗଡ଼ ବରମ୍ଚାରୀ ଓ ଉର୍ଦୁନା ଜାମପାଲି ସଂକ୍ରିତନ ହୋଇଥିଲା। ଏହା ଦେଖିବାକୁ ବହୁ ଜନସମାଗମ ହୋଇଥିଲା। ଏହି ଅଗ୍ନି ଉତ୍ସବରେ ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା ଏହା ସହିତ ଜନତା ସେବା ସଂସ୍ଥା ତରଫରୁ ମାଗଣା ରେ “ଚା” ବଣ୍ଟନ କରାଯାଇଥିଲା।ଏହି ଅଗ୍ନି ଉତ୍ସବରେ ଭୋଇପାଲି ଅମର ଦାସ କ୍ଲବ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।