ଭୂମିହୀନଙ୍କୁ ପଟା ଦେବାରେ ବିଳମ୍ବକୁ ନେଇ ମୋହନାରେ ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ ।ଗଜପତି ୨୧/୦୩ ( ମନୋଜ ପାଢ଼ୀ) ଓଡିଶା ସରକାର ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଦଶ ଡେସିମିଲ ଜାଗା ଦେବା ନିମନ୍ତେ ଗତ ବର୍ଷ ବିଭିନ୍ନ ଜିଲ୍ଲାର ଜିଲ୍ଲା ପ୍ରଶାସନଙ୍କୁ ଆଦେଶ ଦେଇଥିଲେ । ମାର୍ଚ୍ଚ ମାସ ଶେଷ ହେବାକୁ ଗଲାଣି ଆଜି ପର୍ଯ୍ୟନ୍ତ ମୋହନା ଅଞ୍ଚଳରେ ବସୁନ୍ଧରା ଯୋଜନାରେ ଭୂମିହୀନ ପରିବାର ଗୁଡିକ ବସୁନ୍ଧରା ଯୋଜନାରେ ଜମି କି ପଟା ପାଇ ନ ଥିବା ବିଷୟକୁ ଆଧାର କରି ରାଜ୍ୟ ସରକାର ଏବଂ ସ୍ଥାନୀୟ ତହସିଲଦାରଙ୍କ ଦାଇତ୍ୱ ହିନତା ବିରୋଧରେ ଶାନ୍ତି ପୁର୍ଣ୍ଣ ଆନ୍ଦୋଳନ କରି ବିଭିନ୍ନ ନାରା ଦେଇଥିଲେ। ସୂଚନା ପ୍ରକାରେ ବାରମ୍ବାର ମୋହନା ତହସିଲ କାର୍ଯ୍ୟାଳୟକୁ ଯାଇ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜାଗା ଆଉ ପଟା ଦେବା ନିମନ୍ତେ ଯେତେ ଗୁହାରି ଜଣାଇଲେ ସୁଦ୍ଧା ମୋହନା ତହସିଲ ତହସିଲଦାର୍ ଅଭିଯୋଗ ଶୁଣୁନଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ଏଭଳି ଅଭିଯୋଗ ସମାଧାନ କରିବାକୁ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇଲେ ସୁଦ୍ଧା, ଅଧିକାରୀମାନେ ଅଭିଯୋଗ ସମାଧାନ କରୁ ନ ଥିବା ଅଧିକାରୀଙ୍କ ଉପରେ ଅସନ୍ତୋଷ ଦେଖା ଦେଉଛି। ଆଗାମୀ ଦିନରେ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜାଗା ପଟା ନ ଦେଲେ ସମସ୍ତ ଭୂମିହୀନ ପରିବାର ସବୁ ରାଜରାସ୍ତାକୁ ଓହ୍ଲାଇବା ସହିତ ଦରକାର ପଡିଲେ ବିଧାନ ସଭା ଘେରାଉ କରି ବିରୋଧ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଗଜପତି ଜିଲ୍ଲା ମୋହନା ତହସିଲ୍ ଅଞ୍ଚଳରେ ଭୂମିହୀନ ପରିବାର ଗୁଡିକୁ ବସୁନ୍ଧରା ଯୋଜନାରେ ସାମିଲ୍ କରି ଭୂମିହୀନ ପଟା ପ୍ରଦାନ କରିବାରେ ବିଳମ୍ବ ହେବା, କିଛି ଗରିବ ଲୋକଙ୍କୁ ପଟା ପ୍ରଦାନ କରି ସରକାରୀ ପକ୍ଷରୁ ଜାଗା ଚିହ୍ନଟ ନ କରିବା ଏବଂ ଭୂମିହିନଙ୍କୁ ତହସିଲଦାରଙ୍କୁ କହି ଭୂମିହୀନ ପଟା ଦିଆଯିବ କହି ଗରିବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅସାଧୁ ବ୍ୟକ୍ତିଙ୍କୁ ତହସିଲଦାର ସୁରକ୍ଷା ଦେବା ବିଷୟ ଗୁଡିକୁ ବିରୋଧ କରି ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଖେଳ ପଡିଆ ଛକ ଠାରୁ ଶାନ୍ତି ପୁର୍ଣ୍ଣ ରାଲି ବାହାର କରି ସ୍ଥାନୀୟ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରି କରିଥିଲେ। ଅଲ୍ ଇଣ୍ଡିଆ ମୂଳ ନିବାସୀ ସଂଗଠନର ଓଡିଶାର ସଭାପତି ଶ୍ରୀ ବିଜୟ କୁମାର ସେଠି, ଉପସଭାପତି ସନ୍ତୋଷ କୁମାର ମଲିକ, ରାଜ୍ୟ ସମ୍ପାଦିକା ସୋନୁଲତା ସେଠି, ସିଇସି ମେମ୍ବର ପ୍ରଶାନ୍ତ ପ୍ରଧାନ, ଅଲ୍ ଇଣ୍ଡିଆ ମୂଳ ନିବାସୀ ସଂଗଠନର ଗଞ୍ଜାମ , ଗଜପତି ଏବଂ କନ୍ଧମାଳ ଜିଲ୍ଲାର ପ୍ରଭାରି ଶ୍ରୀ ପ୍ରମୋଦ ନିଶାନ୍ତ, ଅଲ୍ ଇଣ୍ଡିଆ ମୂଳ ନିବାସୀ ସଂଗଠନର ଗଜପତି ଜିଲ୍ଲାର ଶ୍ରୀ ଇନ୍ଦ୍ରମଣି ନାୟକ, ଶ୍ରୀ ଇଶାକ ବିଷୟୀ, ଶ୍ରୀ ମିଲନନାୟକ ପୁରୀ ଜ଼ିଲ୍ଲାରୁ ଝରଣା ମଲ୍ଲିକ, ମମତା ବେହେରା, ପାର୍ବତୀ ମଲ୍ଲିକ, ନୟାଗଡ ଜ଼ିଲ୍ଲାରୁ ତନୁଳତା ଭୋଇ ଙ୍କର ନାମ ଦେବେ, ମୋହନା ଅଞ୍ଚଳରୁ ଶତାଧିକ ଲୋକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଦେଇଥିଲେ ।
