ଭୁବନେଶ୍ୱରରେ ଆଉଟସୋର୍ସିଂ କର୍ମଚାରୀଙ୍କ ରାଲି
ଭୁବନେଶ୍ୱର, ୧୦ ମାର୍ଚ୍ଚ:ଓଡ଼ିଶା ସରକାର ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଆଜି ଭୁବନେଶ୍ୱରର ଲୋଅର ପିଏମଜି ଠାରେ ବିଶାଳ ରାଲି ଓ ଧରଣା କାର୍ଯ୍ୟକ୍ରମ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ଆଉଟସୋର୍ସିଂ କର୍ମଚାରୀ ଏଥିରେ ସାମିଲ ହୋଇ ନିଜମାନଙ୍କ ଦାବି ଉଠାଇଥିଲେ।ଚାକିରି ନିୟମିତିକରଣ, ନ୍ୟାୟସଙ୍ଗତ ଦରମା ଓ ବିଭିନ୍ନ ସୁବିଧା ଦାବି କରି କର୍ମଚାରୀମାନେ ସ୍ଲୋଗାନ ଦେଇଥିଲେ। ସଂଘର ଅଧ୍ୟକ୍ଷ ପ୍ରଭାତ ମହାନ୍ତି ଓ ସଭାପତି ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଆୟୋଜିତ ହୋଇଥିବା ସୂଚନା ମିଳିଛି।ସଂଘ ପକ୍ଷରୁ କୁହାଯାଇଛି ଯେ, ଦୀର୍ଘଦିନ ଧରି ଆଉଟସୋର୍ସିଂ କର୍ମଚାରୀମାନେ ବିଭିନ୍ନ ସମସ୍ୟାରେ ପଡ଼ି ରହିଛନ୍ତି। ତେଣୁ ସରକାର ଶୀଘ୍ର ଦାବିଗୁଡିକ ପୂରଣ କରିବାକୁ ସଂଘ ଦାବି କରିଛି।
