ଭିଜିଲାନ୍ସ ଜାଲରେ କଟକ CRRI ଥାନା IIC, ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ଭିଜିଲାନ୍ସ ଜାଲରେ କଟକ CRRI ଥାନା IIC, ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫଭୁବନେଶ୍ବର/କଟକ:ଭିଜିଲାନ୍ସ ବିଭାଗ ଆଜି ବଡ଼ ସଫଳତା ହାସଲ କରିଛି। କଟକ CRRI ଥାନାର IIC ବିଜୟ କୁମାର ବାରିକଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି।ସୂଚନା ଅନୁସାରେ, IIC ବିଜୟ କୁମାର ବାରିକ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କ ଠାରୁ ଅବୈଧ ଭାବେ ଲାଞ୍ଚ ଦାବି କରୁଥିଲେ। ଆଜି ଭୁବନେଶ୍ବର ରାଜମହଲ ଛକ ନିକଟରେ ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ହାତେନାହାତେ ଧରିଛି।ଲାଞ୍ଚ ଗ୍ରହଣ ସମ୍ପର୍କିତ ପ୍ରମାଣ ମିଳିବା ପରେ ତୁରନ୍ତ IICଙ୍କୁ ଗିରଫ କରାଯାଇଛି।

ଏହା ସହିତ ଭିଜିଲାନ୍ସ ପକ୍ଷରୁ ବିଜୟ କୁମାର ବାରିକଙ୍କର ଦୁଇଟି ଠିକଣାରେ ସମାନାନ୍ତରାଳ ଭାବେ ଚଢ଼ାଉ ଆରମ୍ଭ କରାଯାଇଛି। ଚଢ଼ାଉ ସମୟରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ଓ ଆର୍ଥିକ ସମ୍ପତ୍ତି ସମ୍ପର୍କିତ ସୂଚନା ମିଳିବାର ସମ୍ଭାବନା ରହିଛି।ଏହି ଘଟଣା ପରେ ପୋଲିସ ବିଭାଗରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଭିଜିଲାନ୍ସ ବିଭାଗ ମାମଲାର ତଦନ୍ତ ଜାରି ରଖିଥିବାବେଳେ ଆଗାମୀ ଦିନରେ ଅଧିକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।