ଭାରତର ଦମଦାର ଜିତ, ପାକିସ୍ତାନକୁ ୬୧ ରନ୍ରେ ପରାସ୍ତ
Srilanka: ଟି୨୦ ଗ୍ରୁପ୍ ପର୍ଯ୍ୟାୟରେ ଭାରତର ସମ୍ପୂର୍ଣ୍ଣ ପ୍ରଭୁତ୍ୱ, ବୋଲିଂ ଓ ବ୍ୟାଟିଂରେ ଦଳର ଉତ୍କୃଷ୍ଟ ପ୍ରଦର୍ଶନଆଜି ଖେଳାଯାଇଥିବା ଟି୨୦ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ India ଦୃଢ଼ ପ୍ରଦର୍ଶନ କରି Pakistan Team କୁ ୬୧ ରନ୍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହାରାଇ ୧୭୫ ରନ୍ ସଂଗ୍ରହ କରିଥିଲା।୧୭୬ ରନ୍ର ଲକ୍ଷ୍ୟ ପଛୁଆ କରି ପାକିସ୍ତାନ ଦଳ ଭାରତୀୟ ବୋଲରମାନଙ୍କ ଦୃଢ଼ ଆକ୍ରମଣରେ ଟିକି ପାରିନଥିଲେ। ସମ୍ପୂର୍ଣ୍ଣ ୧୮ ଓଭରରେ ପାକିସ୍ତାନ ମାତ୍ର ୧୧୪ ରନ୍ କରି ସମସ୍ତ ଉଇକେଟ୍ ହାରାଇଥିଲା।
ଭାରତର ବୋଲିଂ ଲାଇନ୍ ଆରମ୍ଭରୁ ହିଁ ଚାପ ସୃଷ୍ଟି କରି ପ୍ରତିଦ୍ବନ୍ଦୀଙ୍କୁ ମ୍ୟାଚ୍ରୁ ବାହାର କରିଦେଇଥିଲା।ଏହି ଜିତ ସହିତ ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ୍ ହାସଲ କରି ଅଗାମୀ ପର୍ଯ୍ୟାୟ ପାଇଁ ଦୃଢ଼ ସ୍ଥିତିରେ ପହଞ୍ଚିଛି। ଦଳର ସମଗ୍ର ପ୍ରଦର୍ଶନ ଦର୍ଶକମାନଙ୍କୁ ଆତ୍ମବିଶ୍ୱାସୀ କରିଛି ଓ ଟୁର୍ଣ୍ଣାମେଣ୍ଟରେ ଭାରତକୁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦୀ ଭାବେ ପ୍ରମାଣ କରିଛି।
