ଭାଜପା ପକ୍ଷରୁ ପୌରାଞ୍ଚଳ ମିଶ୍ରଣ ପର୍ବ ।
ଗଜପତି,୨୩.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଖଞ୍ଜା ସାହି ଠାରେ ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟାଳୟ ଠାରେ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ନବ କିଶୋର ଶବରଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉପ ସଭାପତି ତଥା ପୂର୍ବତନ ବିଧାୟକ କେ. ନାରାୟଣ ରାଓ ମଞ୍ଚାସୀନ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଈ. ପ୍ରଶାନ୍ତ, ନଗର ସଭାପତି ବାଳକୃଷ୍ଣ ପାତ୍ର, ପୂର୍ବତନ କାଶୀନଗର ବ୍ଲକ ଅଧ୍ୟକ୍ଷ ଚିତ୍ରି ସୀମାଦ୍ରୀ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ଓ ଯୁବ ନେତା କେ. ଜୀବନ ପ୍ରମୁଖ ଉପସ୍ଥିତ ଥିଲେ। ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନରେଶ ସାହୁ ଙ୍କ ନେତୃତ୍ଵରେ ପୌରାଞ୍ଚଳ ଅନ୍ତର୍ଗତ ୧୦, ୧୧,୧୨, ୧୩ ୱାର୍ଡ ଗୁଡ଼ିକ ରୁ ଶତାଧିକ ବିଭିନ୍ନ ଦଳର କର୍ମୀ ଓ ସାଧାରଣ ଲୋକେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ନରେଶ ଜଣେ ମିଷ୍ଟଭାଷୀ ପରୋପକାରୀ ବ୍ୟକ୍ତି ଭାବରେ ପାରଳା ସହରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେଣୁ ତାଙ୍କରି ଯୋଗଦାନ ନିଶ୍ଚିତ ଭାବରେ ଦଳ ପାଇଁ ଏକ ସୁଶକ୍ତି ବାର୍ତ୍ତା ଯିବ ବୋଲି ଅତିଥି ମାନେ କହିଥିଲେ। ସେହଭଳି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ ଦଳ ମୂଲ୍ୟବୋଧ ରେ ଅନୁପ୍ରାଣୀତ ହୋଇ ଦଳରେ ସାମିଲ ହୋଇଛନ୍ତି ବୋଲି ନୂତନ ଭାବେ ଯୋଗ ଦେଇଥିବା ବ୍ୟକ୍ତିତ୍ଵ ମାନେ କହିଥିଲେ।
