ଡାବୁଗାଁରେ ବଡ଼ ଡକାୟତି: ବ୍ୟବସାୟୀଙ୍କ ଘରୁ ୪ ଲକ୍ଷ ଟଙ୍କା ଲୁଟ

"ଡାବୁଗାଁ ଡକାୟତି ଘଟଣା – ବ୍ୟବସାୟୀଙ୍କ ଘରୁ ୪ ଲକ୍ଷ ଟଙ୍କା ଲୁଟିନେଇଥିବା ଦୁର୍ବୃତ୍ତମାନଙ୍କ ଆକ୍ରମଣ ଦୃଶ୍ୟ"

ମାରଣାସ୍ତ୍ର ଧରି ୫ ଜଣ ଦୁର୍ବୃତ୍ତଙ୍କ ଆକ୍ରମଣ — ସ୍ତ୍ରୀ ଓ ପୁଅକୁ ଭୟଭୀତ କରି ଲୁଟ

ଡାବୁଗାଁ (ନବରଙ୍ଗପୁର): ଡାବୁଗାଁ ଥାନା ଅଞ୍ଚଳରେ ପୁଣି ଥରେ ବଡ଼ ଡକାୟତି ଘଟଣା ଘଟିଛି। ସିଂଶାରି ଫାଣ୍ଡି ଅନ୍ତର୍ଗତ ଡୁମରଡା ଗ୍ରାମର ବ୍ୟବସାୟୀ ଅରୁଣ ଗୁପ୍ତାଙ୍କ ଘରୁ ୪ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି।ସୂଚନା ଅନୁଯାଇ, ୫ ତାରିଖ ବୁଧବାର ଅରୁଣ ଗୁପ୍ତା ବ୍ୟବସାୟ କାମରେ ଉମରକୋଟ ଯାଇଥିବା ବେଳେ ସ୍ତ୍ରୀ ଦୋକାନ ଦେଖୁଥିଲେ। ସନ୍ଧ୍ୟା ୮ଟା ପ୍ରାୟ ସମୟରେ ଦୁଇଟି ବାଇକ୍‌ରେ ୫ ଜଣ ଅଜଣା ବ୍ୟକ୍ତି ଦୋକାନ ସମ୍ମୁଖରେ ଆସିଥିଲେ।ସିଗାରେଟ୍ ମାଗିବା ବାହାନାରେ ୩ ଜଣ ଘରଭିତରକୁ ପ୍ରବେଶ କରି, ଛୁରି ଓ ଅନ୍ୟ ମାରଣାସ୍ତ୍ର ଦେଖାଇ ସ୍ତ୍ରୀଙ୍କୁ ଭୟଭୀତ କରିଥିଲେ। ସେମାନେ ଆଲମାରୀ ଭଙ୍ଗି ୪ ଲକ୍ଷ ଟଙ୍କା ନେଇଥିଲେ। ଏହି ସମୟରେ ଘରେ ଥିବା ୧୪ ବର୍ଷର ପୁଅକୁ ସୁଦ୍ଧା ନଜରବନ୍ଦୀ କରି ରଖାଯାଇଥିଲା।୫ ଜଣ ଦୁର୍ବୃତ୍ତ ମଧ୍ୟରୁ କିଛି ଜଣଙ୍କ ମୁହଁରେ ମୁଖା ପିନ୍ଧିଥିବା ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।