ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମହା ଆଡମ୍ବର ରେ ଅନୁଷ୍ଠିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିକାବାଲି ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି ଆୟୋଜିତ ହୋଇଅଛି l ଏଥିରେ ଟିକାବାଲି ବ୍ଲକ ର ସମସ୍ତ ବିଦ୍ୟାଳୟ ରୁ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା l ଓଡିଶା ର ଲୋକ କଳା, ସ୍ଥାପତ୍ୟ ସମ୍ପର୍କିତ ଶିଳ୍ପ କଳା, ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକୃତା, ସୃଜନଶୀଳ ଲିଖନ, ତର୍କ, ପ୍ରବନ୍ଧ , ଶୃତଲିଖନ ଓ ହସ୍ତାକ୍ଷର, ଗଳ୍ପ କଥନ,ସାଧାରଣଜ୍ଞାନ ପ୍ରତିଯୋଗିତା ମାଧ୍ୟମରେ ପିଲାଙ୍କ ହୃଦୟ ରେ କିପରି ଓଡ଼ିଆ ର ଗର୍ବ, ଗୌରବ,ପରିଚୟ ଓ ସ୍ୱାଭିମାନ ଅକ୍ଷୁର୍ଣ୍ଣ ରହିବ ସେଥିରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଟିକାବାଲି ସମିତି ଅଧକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର , ମୁଖ୍ୟ ବକ୍ତା ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ଜେନା,ସଭାପତି ଟିକାବାଲି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀ, ସମ୍ମାନିତ ଅତିଥି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଗଣେଶ୍ୱର କହଁର, ଶ୍ରୀମତୀ ବିନୋଦିନୀ ସାମଲ, ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦାମଦୋର ସାହୁ, ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀଯୁକ୍ତ ସାଇ ରାମ ବେହେରା, ବରିଷ୍ଠ ଶିକ୍ଷକ ପ୍ରଦୀପ ମହାପାତ୍ର,ବିଦ୍ୟାଳୟ ର ଏନ. ସି. ସି. ପରିଚାଳକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ, ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ମଧୁସୂଦନ ବେହେରା l ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା ଟିକାବାଲି ଉଚ୍ଚ ବିଦ୍ୟାଳୟ ର ସମସ୍ତ ସଦସ୍ୟ, ଏନ ସି ସି ଶିକ୍ଷାର୍ଥୀ, ସ୍କାଉଡ଼, ଜେଆରସି ଶିକ୍ଷାର୍ଥୀ ଓ ଟିକାବାଲି ବ୍ଲକ ର ବିଭିନ୍ନ କୋଣ ଅନୁକୋଣ ରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ମୁଖ୍ୟତଃ ଟିକାବାଲି ବ୍ଲକ ର ସମସ୍ତ ସି ଆର ସି ସି ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ର ବିଚାରକ ମଧ୍ୟରେ ଶ୍ରୀଯୁକ୍ତ ଗୋବିନ୍ଦ ବେହେରା, ଶ୍ରୀଯୁକ୍ତ ଦୀନକୃଷ୍ଣ ମହାପାତ୍ର, ଶ୍ରୀମତୀ ବିଳାସିନୀ ଦିଗାଳ ବହୁତ ସୁନ୍ଦର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ l ମଞ୍ଚ ପରିଚାଳନା ଦାୟିତ୍ୱ ଶ୍ରୀଯୁକ୍ତ ରାଧାଶ୍ୟାମ ଦାଶ ଓ ଶ୍ରୀଯୁକ୍ତ ପବିତ୍ର କୁମାର ସାହୁ ଦାୟିତ୍ୱ ବହନ କରିଥିଲେ l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସନ୍ତୋଷ ମିଶ୍ର, ମୁରଲୀ ପଲେଇ, ରବି ନାରାୟଣ ସାହୁ, ଜ୍ୟୋତ୍ସ୍ନା ରାଣୀ ଜେନା,ଶୁଭସ୍ମୃତି ଦାଶ, ବିଷ୍ଣୁ ପ୍ରସାଦ ହୋତା,ଜୟପ୍ରକାଶ ପାତ୍ର, ଅରବିନ୍ଦ ମହାପାତ୍ର ସହ ସମସ୍ତ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ବହୁତ ସୁନ୍ଦର ଭାବେ ପରିଚାଳନା କରିଥିଲେ l
Related Posts
ଭିଜିଲାନ୍ସ ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍ପି ପଦବୀ ଓ ୨୪ ଟି ନୂତନ ଡିଏସ୍ପି ପଦବୀ ବୃଦ୍ଧି କରାଯିବ: ମୁଖ୍ୟମନ୍ତ୍ରୀ
ଭିଜିଲାନ୍ସ ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍ପି ପଦବୀ ଓ ୨୪ ଟି ନୂତନ ଡିଏସ୍ପି ପଦବୀ ବୃଦ୍ଧି କରାଯିବ: ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର : ଆଜି…
ମାସ ମାସ ଧରି ଖତ ଖାଉଛି ଇ-ବସ୍, ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ
ପୁରୀ:ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ…
ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ।
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…