ବ୍ଲକ ସ୍ତରୀୟ ଚଇତି ପ୍ରସ୍ତୁତି ବୈଠକ ରାମନାଗୁଡ଼ା ଠାରେ ଅନୁଷ୍ଠିତ

ବ୍ଲକ ସ୍ତରୀୟ ଚଇତି ପ୍ରସ୍ତୁତି ବୈଠକ ରାମନାଗୁଡ଼ା ଠାରେ ଅନୁଷ୍ଠିତ

ବ୍ଲକ ସ୍ତରୀୟ ଚଇତି ପ୍ରସ୍ତୁତି ବୈଠକ ରାମନାଗୁଡ଼ା ଠାରେ ଅନୁଷ୍ଠିତ
ରାୟଗଡା : ରାମନାଗୁଡ଼ା ବ୍ଲକ ସ୍ତରୀୟ ଲୋକ କଳା ମହୋତ୍ସବ ଚଇତି ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଚଇତି କମିଟି ଅଧ୍ୟକ୍ଷ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ , ଉପାଧ୍ୟକ୍ଷା ଜାନକୀ ନିମାଲା, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ,ଡାକ୍ତର ଅଭିଷେକ ପଟ୍ଟନାୟକ ମଞ୍ଚାସୀନ ଥିଲେ।ପୂର୍ବ ପରମ୍ପରା ଅନୁଯାୟୀ ଏହି ବର୍ଷ ଚଇତି ନିମନ୍ତେ ଶୈବପୀଠ ପାଲୁପାଇ ନାଳ ରୁ ଜଳ କଳସ ଆଣିବା ନେଇ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା।ଆଗାମୀ ଡ଼ିସେମ୍ବର ୧୦ତାରିଖ ରେ ଚଇତି ମହୋତ୍ସବ ପାଳନ ନେଇ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।ପୂର୍ବବର୍ଷ ଭଳି ଏହି ବର୍ଷ ମଧ୍ୟ ଚଇତି ମହୋତ୍ସବ ପୂର୍ବ ରୁ ରକ୍ତଦାନ କାର୍ଯ୍ୟକ୍ରମ,ସାହିତ୍ୟ ସଭା ସହ ସହ ବିଭିନ୍ନ ପ୍ରତିଯୋଗିତା କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା।ବ୍ଲକ କଳା ସଂସ୍କୃତି ସଙ୍ଘ ଉପ ସଭାପତି ରମେଶ ଶବର ପ୍ରତ୍ୟେକ ପଞ୍ଚାୟତ ରୁ ଗୋଟିଏ ଦଳ ସ୍ଥାନୀୟ କଳା ସଂସ୍କୃତି ସମ୍ପର୍କିତ ନୃତ୍ୟ ପ୍ରଦଶର୍ନ ନେଇ ପ୍ରସ୍ତାବ ଦେଇଥିଲେ।ଏହି ପ୍ରସ୍ତୁତି ବୈଠକ ରେ ସମସ୍ତ ସରପଞ୍ଚ,ସମିତି ସଭ୍ୟ,ବିଭିନ୍ନ ବିଭାଗର ଅଧିକାରୀ,ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ,ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଜନ ପ୍ରତିନିଧି ଯୋଗ ଦେଇଥିଲେ।ଏହି ପ୍ରସ୍ତୁତି ବୈଠକ କୁ ସାମାଜିକ ସୁରକ୍ଷା ଅଧିକାରୀ ତାଣ୍ଡାସି ଥୋମାସ ପରିଚାଳନା କରିଥିବା ବେଳେ ଅକ୍ଷୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ