ବ୍ଲକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ କଳା ଓ କଳାକାର ହିତୈଷୀ ମହାମଞ୍ଚ
“ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘ” ପକ୍ଷରୁ ଏକ କଳାକାର ସମାବେଶ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ୱାଗତ ଭାଷଣ କ୍ରମରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଚଳିତ ମାର୍ଚ୍ଚ ୨୫ ତାରିଖରେ ସମାବେଶ ବେଲଗୁଣ୍ଠା ଠାରେ ଅନୁଷ୍ଠାନ ନିମନ୍ତେ ସ୍ଥିର କରାଯାଇଥିଲା। ତଦନୁସାରେ ଉକ୍ତ ଦିନ ପୂର୍ବାହ୍ନ ନଅ ଘଟିକା ସମୟରେ ବ୍ଲକ ଛକ ଠାରୁ କଳାକାର ଶୋଭାଯାତ୍ରା ବାହାରି ବ୍ଲକ ଅଭିମୁଖେ ଯାତ୍ରା ସହ ସେଠାରେ ଉଭୟ କଳା ଓ କଳାକାରଙ୍କ ହିତ ନିମନ୍ତେ ନଅ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯିବ। ତତ୍ପରେ ନେଟଗାଁ ସ୍ଥିତ ଗୁପ୍ତେଶ୍ଵର ମନ୍ଦିର ପରିସରରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହେବ। କଳାକାର ଶୋଭାଯାତ୍ରାରେ ବେଲଗୁଣ୍ଠା ଏବଂ ନିକଟବର୍ତ୍ତୀ ବ୍ଲକର କଳାକାରମାନେ ବିଭିନ୍ନ ବେଶଭୁଶାରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ଅଂଶ ଗ୍ରହଣ ନିମନ୍ତେ ସଂଘ ତରଫରୁ ଆହ୍ୱାନ ଦିଆଯାଇଛି। ସର୍ବଶ୍ରୀ ଶିବ ରାଉତ, ରାଜେନ୍ଦ୍ର ଗୌଡ଼, ଗନ୍ଦି ସ୍ବାଇଁ, ନାରାୟଣ ଗୌଡ଼, ପ୍ରଫୁଲ୍ଲ ଭୂୟାଁ, ରମେଶ ଗୌଡ଼, କାହ୍ନୁ ଚରଣ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥଲେ।
ଏହି ପରିପ୍ରେକ୍ଷୀରେ ବରିଷ୍ଠ କଳାକାର ସଂଘ ସଭାପତି ଡଃ ତିରୁପତି ସାହୁ ଓ ସମ୍ପାଦକ ସୁବାସ ସାହୁ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭେଚ୍ଛା ଓ ଶୁଭକାମନା ସହ କଳାକାର ସଂଘ ର ଭାଇଚାରା ବଜାୟ ରଖିବା ପାଇଁ ଉପଦେଶ ଦେଇଥିଲେ।
