ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ମାତୃଭାଷା ଦିବସ ରାୟଗଡ ଓ ରାମନାଗୁଡ଼ା ଠାରେ ପାଳିତ ମାତୃଭାଷାର ସୁରକ୍ଷା ପାଇଁ ସଂକଳ୍ପ
ରାୟଗଡ ( info media) ସ୍ଥାନୀୟ ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତିୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ରୂପେ ସିଆରସିସି ସଦାନନ୍ଦ ନାୟକ ଯୋଗଦେଇ ମାତୃଭାଷା ଦିବସର ମହତ୍ତ୍ଵ ବିଷୟରେ ଉଦବୋଧନ ରଖିଥିଲେ | ଏହି ଅବସରରେ ପିଲାଙ୍କ ମଧ୍ୟରେ ନିବନ୍ଧ, କବିତା ବକ୍ତୃତା ଆଦି ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା | ଶେଷରେ ସଭିଏଁ ମାତୃଭାଷା ବ୍ୟବହାର ସମ୍ପର୍କରେ ଶପଥପାଠ କରିଥିଲେ | ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା ଙ୍କ ସହ ବାସନ୍ତୀ ମିଶ୍ର, ନୀଳାଞ୍ଚଳ ମିଶ୍ର, ମନୋରମା ସାହୁ, ମଧୁସ୍ମିତା ତ୍ରିପାଠୀ ପ୍ରମୂଖ ମଞ୍ଚାସୀନ ଥିଲେ ଓ ସମସ୍ତ ଛାତ୍ର, ଛାତ୍ରୀ ଯୋଗଦେଇଥିଲେ |ଠିକ ସେହିପରି ରାମନାଗୁଡ଼ା ବ୍ଲକ ଅଧିନ ଆଦର୍ଶ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର,ସମ୍ମାନିତ ଅତିଥି ରୂପେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ,ଅତିରିକ୍ତ ତହସିଲଦାର ଦିପାରାଣୀ ବେହେରା ଯୋଗଦେଇ ପ୍ରଥମେ ଓଡ଼ିଆ ଭାଷା ସାହିତ୍ୟ କୁ ସମୃଦ୍ଧ କରିଥିବା ବରପୁତ୍ର ଙ୍କ ଫଟୋ ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ।ସଭାରେ ଉପସ୍ଥିତ ଅତିଥିମାନେ ଓଡ଼ିଆ ଭାଷାର ଗାରିମା ଏବଂ ଏହାର ଶାସ୍ତ୍ରୀୟ ମାନ୍ୟତା ଉପରେ ଆଲୋକପାତ କରିଥିଲେ।
ମାତୃଭାଷା ହିଁ ଜଣେ ବ୍ୟକ୍ତିର ପରିଚୟ ଏବଂ ଏହାର ସଂରକ୍ଷଣ ଦିଗରେ ଯୁବପିଢ଼ି ଯତ୍ନବାନ ହେବା ଉଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ବିଶେଷ କରି ସରକାରୀ ସ୍ତରରେ ଏବଂ ସାଧାରଣ ବ୍ୟବହାରରେ ଓଡ଼ିଆ ଭାଷାର ପ୍ରୟୋଗକୁ ଅଧିକ ବ୍ୟାପକ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ଗଳ୍ପ କଥନ,ପ୍ରତିଶବ୍ଦ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମର ଶେଷରେ ଉପସ୍ଥିତ ଅତିଥି ,ଅଧିକାରୀ ଓ ଛାତ୍ର ଛାତ୍ରୀ ମାନେ ନିଜ ମାତୃଭାଷାକୁ ସମ୍ମାନ ଦେବା ସହ ଏହାର ପ୍ରଚାର ପ୍ରସାର ପାଇଁ ଶପଥ ପାଠ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ ଅଶ୍ଵିନୀ ତ୍ରିପାଠୀ,ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ,ଅକ୍ଷୟ କୁମାର ପଣ୍ଡା, ସହଯୋଗ କରିଥିଲେ।
ଶେଷରେ ଶିକ୍ଷକ ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
