ବ୍ଲକସ୍ତରୀୟ ବିଜ୍ଞାନମେଳା ଓ କୁଇଜ୍ ପ୍ରତିଯୋଗୀତା ଆୟୋଜିତ
ରାୟଗଡ (ଅମୁଲ୍ୟ ନିଶଙ୍କ ):ଆଦିବାସୀ ଅଧୁଷିତ ଅଞ୍ଚଳରେ ଥୁବା ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପାନ ତରଫରୁ ଗତ ୧୯ ତାରିଖ ଦିନ ବିଜ୍ଞାନମେଳା ଓ ସରକାରୀ ଏସ ଏସ ଡି ବାଳକ ଉଚ୍ଚ ବିଦ୍ୟାଳୟ 0166 ରେ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ମେଳାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଜୁନିଅର ବିଜ୍ଞାନ ପ୍ରୋଜେକ୍ଟ ପାଇଁ ୧୫ ଜଣ ଛାତ୍ରଛାତ୍ରୀ ଓ ସିନିୟର୍ ବିଜ୍ଞାନ ପ୍ରୋଜେକ୍ଟ ପାଇଁ ୧୬ଜଣ ଓ କୁଇଜ୍ କାର୍ଯ୍ୟକ୍ରମ କ୍ରମ ପାଇଁ ୧୫୦ ଛାତ୍ର ଛାତ୍ରୀ ଭାଗନେଇଥ୍ 1 ଉକ୍ତ ମେଳାରେ ଚନ୍ଦ୍ରପୁର ବ୍ଲକ ଅଧ୍ଯକ୍ଷ କଇନ କିମ୍ବାକା ମୁଖ୍ୟ ଅତି ଅତିଥ୍ ଭାବେ ଯୋଗଦେଇଥିବା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ କ୍ଷା ଅଧିକାରୀ ଉମାକାନ୍ତ ମିଶାଲ ଓ ସାଧନ କେନ୍ଦ୍ର ସଂଯୋଜକ ସିଙ୍ଗନା ତାଡିଙ୍ଗି, ଅତିରିକ୍ତ ବ୍ଲକ ଶିକ୍ଷା ଅଧୂକ ବାଳକୃଷ୍ଣ ବିହାରୀ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇଥିଲେ। ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୂକାରୀ ଶ୍ରୀ ଗଣେଷ ଶବର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।
ଶିକ୍ଷକ କୈଳା ନିଳାସ ଶବର ମଞ୍ଚ ପରିଚାଳନା କରିଥିଲା ବେଳେ ବ୍ଲକର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପରିଚାଳନା କରିଥିଲେ। ଉକ୍ତ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଆଶିଷ ସ୍ରାମ୍ବଟିକା ସମସ୍ତ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକର ସୁପରିଚାଳନା କରିଥିଲେ । ଏସ୍ ଏସ୍ ଡି ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଗମାଙ୍ଗୋ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଏନ୍ ଆପଲା ରାଜୁ ସହଯୋଗ କରିଥିଲେ।ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ସିନିୟ, ଜୁନିୟର ଓ ସ ଜୁନିୟର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥ୍ ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

