ବ୍ରହ୍ମ କୁମାରୀ,ସି ଏମ ଇଲେକ୍ଟ୍ରିକାଲ ଓ ନିଷ୍ଠା ପରିବାର ରକ୍ତ ଦାନ ଶିବିର ରୁ ମୋଟ ୯୭ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବ୍ରହ୍ମ କୁମାରୀ,ସି ଏମ ଇଲେକ୍ଟ୍ରିକାଲ ଓ ନିଷ୍ଠା ପରିବାର ରକ୍ତ ଦାନ ଶିବିର ରୁ ମୋଟ ୯୭ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବ୍ରହ୍ମ କୁମାରୀ,ସି ଏମ ଇଲେକ୍ଟ୍ରିକାଲ ଓ ନିଷ୍ଠା ପରିବାର ରକ୍ତ ଦାନ ଶିବିର ରୁ ମୋଟ ୯୭ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ତା-୨୫-୦୮-୨୦୨୫ରିଖ (ସୋମ ବାର)ରାଜ ଯୋଗିନୀ ଦାଦି ଓ ପ୍ରକାଶ ମଣି ଜୀ ଙ୍କ ୧୮ତମ ପୂଣ୍ୟ ତିଥି  ଅବସର ରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ବରଗଡ଼ ସ୍ଥିତ ଖଜୁର ଟିକ୍ରା ଠାରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେକଳ୍ପନା ମାଝୀ, ପୌର ପରିଷଦ ଅଧ୍ୟକ୍ଷ ବରଗଡ଼,ରେଜିଷ୍ଟ୍ରି ଅଫିସର ଶ୍ରୀମତୀ ସମୀକ୍ଷା ନାୟକ, ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ବାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସାଧୁ ନେପାକ, ଟି. ଏ ଫ୍ ମହାବିଦ୍ୟାଳୟ ର ପ୍ରିନ୍ସିପାଲ୍ ଶ୍ରୀଯୁକ୍ତ ଡ. ସରୋଜ ଦେବତା ପ୍ରମୂଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୫୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ବ୍ରହ୍ମ କୁମାରୀ ଆଶ୍ରମ ବରଗଡ଼ ଶାଖା ର ପ୍ରଶାସିକା ବ୍ର କୁ ଯଶୋଦା ଭଉଣୀ, ବ୍ର କୁ ମମତା ଭଉଣୀ, ଝିଲି ଭଉଣୀ,  ଜ୍ୟୋତ୍ସ୍ନା ଭଉଣୀ, ଡ. ବିମଳ ଭାଈ, ପ୍ରତାପ ଭାଈ ଓ ଅନ୍ୟ ଭାଇ ଭଉଣୀ ଏବଂ ନିଷ୍ଠା ପରିବାର ସମସ୍ତ ସଦସ୍ୟ ସଦସ୍ୟା ମାନେ କାର୍ଯକ୍ରମକୁ ସୂଚାରୁ ରୁପେ ପରିଚାଳନା କରିଥିଲେ। ଠିକ ସେହିପରି ବିଜେପୁର ଠାରେ ସି ଏମ ସାନିଟାରୀ ଓ ଇଲେକ୍ଟ୍ରିକାଲ ର ଶୁଭ ଉଦଘାଟନ ଅବସର ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ଶ୍ରୀ ସନତ ଗଡତିଆ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୪୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ ୯୭ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଦୋକାନ ମାଲିକ କୁନୁ ମେହେର, ଛବିଳ ମେହେର ଚିନ୍ମୟ ମେହେର, ମିକୁ ମେହେର ସମସ୍ତେ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ରକ୍ତ ଦାନ ଶିବିର ଆୟୋଜନ ପାଇଁ ପ୍ରଜାପିତା ବ୍ରହ୍ମ କୁମାରୀ ବରଗଡ଼ ଶାଖା ଓ ସି ଏମ ସାନିଟାରୀ ଓ ଇଲେକ୍ଟ୍ରିକାଲ କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ ନମସ୍କାର।