ବ୍ରହ୍ମପୁରରେ କାହ୍ନା ଚାରିଟେବୁଲ ଟ୍ରଷ୍ଟର ସାମୁହିକ ବିବାହ ଉତ୍ସବ ୨୦ ତାରିଖରେ
ବ୍ରହ୍ମପୁର:ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୨୦ ତାରିଖରେ ଗୀତା ଭବନ ଠାରେ ସାମୁହିକ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏହାକୁ ନେଇ ଆଜି ଷ୍ଟେସନ୍ ରୋଡ ସର୍କିଟ ହାଉସ ଠାରେ ଟ୍ରଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର, ରବୀନ୍ଦ୍ର ନାଥ ମିଶ୍ର, ତରୁଣ କୁମାର ପାଢ଼ୀ ଓ ସୁସ୍ମିତା ଶର୍ମା ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଟ୍ରଷ୍ଟର ଲକ୍ଷ୍ୟ ସମ୍ବନ୍ଧରେ ଆଲୋଚନା କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବ୍ରହ୍ମପୁରର ବହୁ ବରିଷ୍ଠ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ସମସ୍ତ ସାମ୍ବାଦିକଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର କହିଥିଲେ ଯେ, ସମାଜରେ ପ୍ରଚଳିତ କୁସଂସ୍କାର ଯଥା ଯୌତୁକ ଓ ବାଲ୍ୟ ବିବାହ ପ୍ରଥା ଦୂର କରିବା ସହ ଅବିବାହିତ ଯୁବକ-ଯୁବତୀଙ୍କୁ ଏକ ସୁଖମୟ ବୈବାହିକ ଜୀବନ ଆରମ୍ଭ କରିବାରେ ପ୍ରେରଣା ଦେବା ଏହି ସାମୁହିକ ବିବାହ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ।
ସମାଜ ମଙ୍ଗଳ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଚେଷ୍ଟା ଜାରି ରହିଛି।ଶ୍ରୀମତୀ ରଞ୍ଜନା ମିଶ୍ରଙ୍କ ତତ୍ତ୍ୱାବଧାନରେ ଟ୍ରଷ୍ଟ ସଦସ୍ୟମାନେ ଯଥା ମୁରଲୀ ମୋହନ ଆଚାର୍ଯ୍ୟ, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ଇନ୍ଦିରା ପଟ୍ଟନାୟକ, ପ୍ରସର୍ଣ୍ଣ ମହାପାତ୍ର, ଅଞ୍ଜଳି ମହାନ୍ତି, ଜିତେନ୍ଦ୍ର ନାହାକ, ପ୍ରଦୀପ ସେଠୀ, ସନ୍ତୋଷ ପଣ୍ଡା, ରୋନାଲି ପାଣିଗ୍ରାହୀ, ରିତାଞ୍ଜଳି ସ୍ୱାଇଁ, ରାଗିଣୀ ସାହା, ସଂଯୁକ୍ତା ତ୍ରିପାଠୀ, ଅନିମା ମିଶ୍ର, ବିନୋଦ ମିଶ୍ର, ସନ୍ତୋଷ ପାଣିଗ୍ରାହୀ, ଭେଙ୍କଟ ରମଣ ସୁବୁଦ୍ଧି, ବିଶ୍ୱନାଥ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସାମ୍ବାଦିକମାନେ ଟ୍ରଷ୍ଟର ସେବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ।
ପରିଶେଷରେ ଟ୍ରଷ୍ଟ ପକ୍ଷରୁ ସମସ୍ତ ସାମ୍ବାଦିକଙ୍କ ସହଯୋଗ କାମନା କରାଯାଇଥିବା ସହ ସେମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ୍
