ବ୍ରହ୍ମପୁରରେ ଅଧଘଣ୍ଟାରେ ଦୁଇ ଦୁର୍ଘଟଣା, ୩ ମୃତ
ବ୍ରହ୍ମପୁର ସହର ଉପକଣ୍ଠରେ ଅଧଘଣ୍ଟା ବ୍ୟବଧାନରେ ଦୁଇଟି ପୃଥକ୍ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୭ ଜଣ ଆହତ ହୋଇଛନ୍ତି।ପ୍ରଥମ ଘଟଣାଟି ନିମଖଣ୍ଡି ଥାନା ଗୁରୁଣ୍ଠି ନିକଟରେ ଘଟିଥିଲା। ଦ୍ରୁତଗତିରେ ଯାଉଥିବା ଏକ ବୋରୱେଲ୍ ଗାଡ଼ି ସାଇକେଲ ଚାଳକଙ୍କୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ବସିଥିବା ଶ୍ରମିକ ଶିବାଜୀ କହଁର ଓ ରବି ନାୟକଙ୍କ ମୃତ୍ୟୁ ଘଟିଥିଲା।ଦ୍ୱିତୀୟ ଘଟଣାଟି ରାତି ପ୍ରାୟ ୮ଟାରେ ଜାତୀୟ ରାଜପଥ-୧୬ ଖଜୁରିଆ ରାସ୍ତାରେ ଘଟିଥିଲା। ଓଭରଟେକ୍ କରିବା ବେଳେ ଡାଲା ଅଟୋ ଏକ ବାଇକକୁ ଧକ୍କା ଦେବାରୁ ଗାଡ଼ି ଓଲଟି ପଡ଼ି ଡ୍ରାଇଭର୍ ଅଚ୍ୟୁତ ଗୌଡ଼ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବାଇକ ଚାଳକ ଆହତ ହୋଇ ମେଡିକାଲରେ ଭର୍ତ୍ତି ଅଛନ୍ତି।ପୁଲିସ ଦୁଇଟି ଘଟଣାର ତଦନ୍ତ ଆରମ୍ଭ କରିଛି।
