ବ୍ରତୋପନୟନ ଅବସରରେ ସ୍ବେଛାକୃତ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ

ବ୍ରତୋପନୟନ ଅବସରରେ ସ୍ବେଛାକୃତ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ

ବ୍ରତୋପନୟନ ଅବସରରେ ସ୍ବେଛାକୃତ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ…..

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୫-୦୩-୨୦୨୬ରିଖ (ଗୁରୁ ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ରେ କେଶବ ଷଡ଼ଙ୍ଗୀ ଓ କୁଶୁମ ଷଡ଼ଙ୍ଗୀ ଙ୍କ ଏକ ମାତ୍ର ପୁତ୍ର କ୍ରିସ୍ ର ଶୁଭ ବ୍ରତୋପନୟନ ଅବସରରେ ନିଷ୍ଠା ପରିବାର ଓ ଷଡ଼ଙ୍ଗୀ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ କ୍ରିସ୍ ର ବାପା କେଶବ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିବା ସହ ନିଜେ ରକ୍ତ ଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ବାନୀତ ଅତିଥି ଭାବରେ ବରଗଡ଼ ର ଜଣା ଶୁଣା ଡାକ୍ତର ଶ୍ରୀ ଅଶ୍ଵିନୀ ଭୋଇ ଯୋଗ ଦେଇ ଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ଷଡ଼ଙ୍ଗୀ ପରିବାର କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ସିପନ ଷଡଙ୍ଗୀ, ଷଡଙ୍ଗୀ ପରିବାର ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ, ଷଡ଼ଙ୍ଗୀ ପରିବାର ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।