*ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ । ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲା ଆର. ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ଗଜପତି ଠାରେ ୨୦ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି l କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର ଡିନ ପ୍ରଫେସର ପ୍ରସନ୍ନ ଜିତ ମିଶ୍ରଂକ ତତ୍ତ୍ଵାବଧାନରେ, କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର ଉପ ଯୁଗ୍ମ ନିର୍ଦ୍ଦେଶକ (UEBP) ପ୍ରଫେସର ପି. କେ. ମହାନ୍ତି ସଭାକାର୍ଯ୍ୟ ଅରମ୍ଭ କରିଥିଲେ l ଆଇସିଏଆର – ଅଟାରି କଲିକତାର ପ୍ରମୁଖ ବୈଜ୍ଞାନିକ ଡ. ଏସ. କେ. ମଣ୍ଡଳ ଅନଲାଇନ ମାଧ୍ୟମରେ ଯୋଗଦେଇଥିଲେ l କୃଷି ବିଜ୍ଞାନ କେନ୍ଦ୍ର ଗଜପତିର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସଂଗ୍ରାମ ପରମଗୁରୁ, ଆଞ୍ଚଳିକ ଗବେଷଣା ସଂସ୍ଥା ଜି. ଉଦୟଗିରିର ବୈଜ୍ଞାନିକ ଡ. ଜ୍ଞାନାଲୋକ ଦାଶ, ଜିଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭଜିକା ପ୍ରକଳ୍ପ ନିର୍ଦ୍ଦେଶକ ଡ. ସୁରେଶ କୁମାର ପଟ୍ଟନାୟକ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଡ. ସୁଶାନ୍ତ ରଞ୍ଜନ ଦାଶ, ଡ଼ି. ଡ଼ି. ଏମ. ନାବାର୍ଡ ଶ୍ରୀ ପ୍ରତୀକ ପଣ୍ଡl, କୃଷି ବିଜ୍ଞାନ କେନ୍ଦ୍ର ଗଂଜାମ – ୨ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସୁଜିତ କୁମାର ନାଥ, କୃଷି ବିଜ୍ଞାନ କେନ୍ଦ୍ର ରାୟଗଡାର ବୈଜ୍ଞାନିକ ଶ୍ରୀ ରାଜୀବ ଟୁଡୁ, ଜିଲ୍ଲାର କୃଷକ ଓ କୃଷିଜୀବୀ ମହିଳା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ସଫଳତା ଏବଂ ଆଗାମୀ ବର୍ଷର ଖସଡ଼ା ବିଷୟରେ ଆଲୋଚନା କରାଯାଇଥିଲା l କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମକର୍ତ୍ତl ବୃନ୍ଦ ଉପସ୍ଥିତ ରହି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ l
Related Posts

ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ତରଫରୁ ଚିଚିଣ୍ଡା ଧାନ କ୍ରୟ କେନ୍ଦ୍ର ଠାରେ ଖରିଫ ଋତୁରେ ପ୍ରଥମ ଧାନ କିଣା ଆରମ୍ଭ ।
ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ତରଫରୁ ଚିଚିଣ୍ଡା ଧାନ କ୍ରୟ କେନ୍ଦ୍ର ଠାରେ ଖରିଫ ଋତୁରେ ପ୍ରଥମ ଧାନ କିଣା ଆରମ୍ଭ ।…

ଜାତୀୟ ରକ୍ତଦାତା ଦିବସ ଅବସରରେ ବରଗଡ଼ ଜିଲ୍ଲାର ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି।
ଜାତୀୟ ରକ୍ତଦାତା ଦିବସ ଅବସରରେ ବରଗଡ଼ ଜିଲ୍ଲାର ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ବରଗଡ – ୧,୧୦(ଭବାନୀ ଶଙ୍କର ପାଢ଼ୀ)…

ରାୟଗଡା ଚଇତି ଅବସରରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।
ରାୟଗଡା ଚଇତି ଅବସରରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ । ରାୟଗଡ଼ା : ଚଇତି ୨୦୨୪ ଅବସରରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ କ୍ରୀଡା…