ବୁର୍ବୀନାଜୁ ଗ୍ରାମପଞ୍ଚାୟତରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥକୁ ସ୍ବାଗତ ସମ୍ବର୍ଦ୍ଧନା

ବୁର୍ବୀନାଜୁ ଗ୍ରାମପଞ୍ଚାୟତରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହନ ରଥକୁ ସ୍ବାଗତ ସମ୍ବର୍ଦ୍ଧନା……

କନ୍ଧମାଳ :-୧୭/୬/( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବୀନାଜୁ ଗ୍ରାମପଞ୍ଚାୟତରେ ବିକାଶ ବାହନ ରଥକୁ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସଲିମା ପ୍ରଧାନ,ଏବଂ ସମସ୍ତ ଓ୍ବାର୍ଡମେମ୍ବର, ସଭ୍ୟା ମେଟ୍ ଏମ୍ବିକେ , ସି ଆର୍ ପି , ପୂଜାପାଠ ନୈବେଦ୍ୟ କରି ହୁଳହୁଳି ଦେଇ ବଡ଼ ଆଡମ୍ବରରେ ରଥକୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁନିଲ୍ କୁମାର ମଲ୍ଲିକ, ଲୋକ ପ୍ରିୟ ଜନ ପ୍ରତିନିଧି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର, ଗ୍ରାମୀଣ ଆବାସ ବିଭାଗ ସଂଯୋଜକ ଅର୍ଜୁନ ନାୟକ, ପଞ୍ଚାୟତ ଅଧିକାରୀ ଉପସ୍ଥିତରେ ଭିନ୍ନକ୍ଷମ, ବିଧବା, ବାସହିନ, ହିତାଧିକାରୀ ପରିବାରକୁ ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ କରା ଯାଇଥିଲା ବେଳେ ୮୦ ବର୍ଷର ବୃଦ୍ଧ ବାପା ମା ଙ୍କୁ ବାର୍ଦ୍ଧକ୍ୟ ଭତା ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବୁର୍ବୀନାଜୁ ଅଞ୍ଚଳ ବାସୀ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।