ବୀର ଅଭୟ ଅଞ୍ଜନେୟ ସ୍ୱାମୀଙ୍କର ତ୍ରୟୋଦଶତମ ପ୍ରତିଷ୍ଠା ଉତ୍ସବ ପାଳିତ ।
ଗଜପତି,୬.୪(ମନୋଜ ପାଢ଼ୀ)-: ବମିକା ପଞ୍ଚାୟତ ଅନ୍ତର୍ଗତ ସାଇଲଡା ଗ୍ରାମରେ ବୀର ଅଭୟ ଅଞ୍ଜନେୟ ସ୍ୱାମୀଙ୍କର ତ୍ରୟୋଦଶତମ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଭକ୍ତମଣ୍ଡଳୀଙ୍କୁ ନେଇ ସକାଳୁ ହନୁମାନ ଚାଳିସା ପଠନ ତଥା ଯଜ୍ଞ ଆଦି କରାଯାଇଥିଲା ଓ ପରେ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ୧୩ତମ ବାର୍ଷିକ ଉତ୍ସବରେ ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି କେ. ନାରାୟଣ ରାଓ, ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ସରକାରୀ ଓକିଲ ମଣ୍ଡଳା ଲୋକନାଥ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ରେଡ୍ଡୀ, ସମାଜସେବୀ କୁମାର ରେଡ୍ଡୀ ଓ ରମେଶ ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧୁମଧାମରେ ପାଳିତ ହୋଇଯାଇଛି।
