ବିଷମକଟକ ପ୍ରିମିୟର ଲିଗ କ୍ରିକେଟ ଉଦଯାପିତ

ବିଷମକଟକ ପ୍ରିମିୟର ଲିଗ କ୍ରିକେଟ ଉଦଯାପିତ

ବିଷମକଟକ ପ୍ରିମିୟର ଲିଗ କ୍ରିକେଟ ଉଦଯାପିତ ଏମପି-୧୧ ଚାମ୍ପିଅନ୍ରାୟଗଡ (ଅମୁଲ୍ୟ ନିଶଙ୍କ ): ରାୟଗଡ଼ା ଜିଲ୍ଲା ବିଷମ କଟକ ସଦର ବ୍ୟାଙ୍କ ପଡ଼ିଆରେ ଚାଲିଥିବା ବିଷମ କଟକ ଟେନିସ୍ ଲିଗ୍ ସିଜନ-୨ କ୍ରିକେଟ୍ ଟୁର୍ଣମେଣ୍ଟ ଫାଇନାଲ୍‌ରେ ଏମ୍.ପି.୧୧ ବିଷମ କଟକ ବୁଲ୍‌କୁ ପରାସ୍ତ କରି ବିଜୟ ହୋଇଛି ଏମ୍.ପି.୧୧ ପ୍ରଥମେ ବ୍ୟାଟିଂ କରି ୧୦୪ ରନ୍ କରିଥିବା ବେଳେ ବିଷମ କଟକ ବୁଲ୍‌ସ ୯୫ ରନ୍ କରି ପରାସ୍ତ ହୋଇଛି I ଫାଇନାଲ ପୁରଷ୍କାର ବିତରଣ ଉତ୍ସବରେରାୟଗଡ଼ା ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ତଥା ବରିଷ୍ଠ ବିଜେପି ନେତତା ୱାଲା ଭେଙ୍କେଟେଶ୍ଵର ରାଓ (କାଣ୍ଡାବାବୁ) ମୂଖ୍ୟ ଅତିଥ୍ ଭାବେ ଯୋଗ ଦେଇ ବିଜୟୀ ଦଳ ଏମ.ପି. ୧୧ କୁ ୭୦ହଜାର ଟଙ୍କା ନଗଦ ରାଶି ସହ ଟ୍ରଫି ପ୍ରଦାନ କରିଛନ୍ତି। ସେହିପରି ପରାଜୟ ଦଳକୁ ୫୦ହଜାର ଟଙ୍କାର ନଗଦରାଶି ସହ ଟ୍ରଫି ପ୍ରଦାନ କରାଯାଇଛି।

ଏ ଅବସରରେ ବିଷମ କଟକ ସାଂସଦ ପ୍ରତିନିଧୂ ଦିଲିପ କୁମାର ପଟ୍ଟନାୟକ, ସରକାରୀ ଓକିଲ ବିରଜା ପାତ୍ର, ବିଷମ କଟକ ବିଜେପି ମଣ୍ଡଳ ସଭାପତି ସୋମନାଥ ହିମିରିକା, ଗୌତମ ଉଲାକା, ସମାଜ ସେବୀ ଅମିତାଭ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାଶିନ ହୋଇଥିଲେ I ବିଷମ କଟକ ଟେନିସ୍‌ଲିଗ୍ କ୍ରିକେଟ କମିଟି ତରଫ ରୁ ଲିଗ୍ ଟି ଆୟୋଜନ କରାଯାଇଥିବା ବେଳେ ଏହି ଖେଲ ଗତ ୨୦ଦିନ ହେଲା ଚାଲୁ ରହିଥିଲା ।ମୁଖ୍ୟ ଅତିଥି କୋଣ୍ଡା ବାବୁ ନିଜ ବକ୍ତବ୍ୟ ରେ କହିଥିଲେ ଜେ ଜେଉଁଭଳି ବୋଲି ଭାବରେ ମୋତେ ସମ୍ବର୍ଦ୍ଧିତ କରିଥିବାରୁ ନିଜକୁ ଗର୍ବିତ ଭାଗ୍ୟବାନ ମନେ କରିବା ଆୟାଜନ ସମସ୍ତ କର୍ମକର୍ତ୍ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ସେମାନଙ୍କ ଭଲ ପାଇବା ଓ ସହଯୋଗ ହିଁ ମୋର ବଡ଼ ପୁଞ୍ଜି।ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଗ୍ରାମର ଭାଇଚାରା ସମ୍ପର୍କକୁ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ ।

କ୍ରିକେଟ କ୍ରୀଡ଼ାବିତମାନଙ୍କ ପାଇଁ ଏଭଳି ଆୟୋଜନ ଏକ ପ୍ରେରଣା। କ୍ରିକେଟ କ୍ରୀଡ଼ା ମନୋଭାବକୁ ଆହୁରି ଦୃଢ କରିବା ସହ ଜାତୀୟସ୍ତରରେ ଏହି କ୍ରୀଡ଼ାର ପ୍ରସାର ଦିଗରେ ଏଭଳି ଆୟୋଜନ ନୂଆ ସୁଯୋଗ ସୃଷ୍ଟି କରିଛି। ଦେଶର କ୍ରୀଡ଼ା ମାନଚିତ୍ରରେ ବିଷମ କଟକ କ୍ରିକେଟ କ୍ରୀଡ଼ାବିତମାନଙ୍କର ଭୂମିକା ମହତ୍ଵପୂର୍ଣ୍ଣ ଏବଂ ଭବିଷ୍ୟତ ଉଜ୍ଜ୍ୱଳ। ଆଗାମୀ ଦିନରେ କ୍ରୀଡ଼ା ସହ ବିଭିନ୍ନ କ୍ଷେତ୍ରରେ ବିଷମ କଟକ ଭାଇ ମାନେ ଆହୁରି ଭଲ ଆୟୋଜନ କରିବେ ବୋଲି ମୋର ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାଧାରଣ ସମ୍ପାଦକ ପୃଥ୍ବୀରାଜ ଧନପତି, ବିଷମକଟକ ମଣ୍ଡଳ ସଭାପତି ସୋମନାଥ ହିମିରିକା,ବରିଷ୍ଟ ଆଇନ ଜିବି ବିରୋଜା ପାତ୍ର,ରାୟଗଡ ଜିଲ୍ଲା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଗୌତମ ଉଲ୍ଲାକା, କୋରାପୁଟ ସାଂସଦ ପ୍ରତିନିଧି ଓ ବିଷମକଟକର ମାନ୍ୟଗଣ୍ୟ ଉପସ୍ଥିତ ଥିଲେ। କ୍ରିକେଟ କମିଟିର ଶିବରାମ ନାୟକ, ଶଶୀ ପଟ୍ଟନାୟକ, ଅଶୋକ ତ୍ରିପାଠୀ, ପ୍ରଶାନ୍ତ `ରଥ, ରାଜେଶ ବିଶ୍ବଳା, ସମର କୁମାର ସାହୁ, ଅବନାନନ୍ଦ ନାୟକ, ରାହୁଲ ଆଚାରି, ସାଗର ପୁଜାରୀ, ରାଜେଶ ଗୌଡ, ହିମାଂସୁ ପାତ ଓ ରାମ ପାତ୍ର ପ୍ରମୁଖ ସହଯୋଗ କରିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ
ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ