ବିଶ୍ୱ ଅଙ୍ଗ ଦାନ ଦିବସରେ ନିଷ୍ଠା ପରିବାର ର ରକ୍ତଦାନ ଶିବିର ୫୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ ୧୩,୮(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ମହାନଦୀ ଫିଲିଙ୍ଗ ଷ୍ଟେସନ, କେଶରୀ ପାଲି, ମହୁଲପାଲି,ଭେଡେନ, ବରଗଡ ଠାରେ ସମ୍ପୂର୍ଣ ଶରୀର ଦାନ କରିଥିବା ସ୍ୱର୍ଗତ ଚମ୍ପାବତୀ ପ୍ରଧାନ ଙ୍କ ଶ୍ରାଦ୍ଧ ଦିବସ ଓ ବିଶ୍ୱ ଅଙ୍ଗ ଦାନ ଦିବସ ଅବସରରେ ନିଷ୍ଠା ପରିବାର ତରଫ ରୁ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ପ୍ରଧାନ ଦମ୍ପତ୍ତି ଙ୍କ ଝିଅ ଜ୍ବାଇଁ ନଳିନୀ ପ୍ରଧାନ ଓ ମହେଶ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଅନ୍ଧତ୍ୱ ଦୂରୀକରଣ ପାଇଁ ଚକ୍ଷୁ ଦାନ ତଥା ଡାକ୍ତରୀ ଶିକ୍ଷା ର ବିକାଶ ପାଇଁ ସମ୍ପୂର୍ଣ ଶରୀର ଦାନ କରିଛନ୍ତି ଭେଡେନ ଟିହୀଙ୍କି ପାଲି ର ସ୍ଵର୍ଗତ ଗଙ୍ଗାଧର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ସ୍ୱର୍ଗତ ଚମ୍ପାବତୀ ପ୍ରଧାନ।ସ୍ୱର୍ଗତ ପ୍ରଧାନ ଙ୍କ ସୁପୁତ୍ର ରମେଶ ପ୍ରଧାନ ଓ ଉମେଶ ପ୍ରଧାନ, ପରିବାର ବର୍ଗ ଓ ଶୁଭେଚ୍ଛୁ ମାନେ ସ୍ଵତଃ ରକ୍ତ ଦାନ କରିଥିଲେ ।ନିଷ୍ଠା ପରିବାରର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ, ଉପ ସଭାପତି ସଚି ପଣ୍ଡା,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ,ଜୟନ୍ତ ପ୍ରଧାନ, ଝସ କେତନ ସାହୁ ,ରାତ୍ର ପ୍ରଧାନ, ହେମାଞ୍ଚଲ ସାହୁ ଓ ଅନ୍ୟ ସଦସ୍ୟ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।



