ବିଶ୍ୱବାନ୍ଦିନୀ ବାଗ ଗୁଡାରି ଥାନାର ନୂତନ ଅଧିକାରୀ ଭାବେ ଯୋଗଦାନ

ବିଶ୍ୱବାନ୍ଦିନୀ ବାଗ ଗୁଡାରି ଥାନାର ନୂତନ ଅଧିକାରୀ ଭାବେ ଯୋଗଦାନ

ବିଶ୍ୱବାନ୍ଦିନୀ ବାଗ ଗୁଡାରି ଥାନାର ନୂତନ ଅଧିକାରୀ ଭାବେ ଯୋଗଦାନ

ରାୟଗଡ(ସ୍ୱ ପ୍ର ) ରାୟଗଡ ଜ଼ିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜ଼ିଲ୍ଲା ରେ ଶାନ୍ତି ଶୃଙ୍ଖଳା କୁ ପରିଚାଳନା ସହିତ ପୋଲିସ ବିଭଗ କୁ ସୁଦୃଢ କରିବା ନିମନ୍ତେ ରାୟଗଡ ଜ଼ିଲ୍ଲା ରେ ବିଭିନ୍ନ ଥାନା ଅଧିକାରୀ ମାନଙ୍କୁ ବଦଳି ହୋଇଥିଲା l ଏହି ପରିପେକ୍ଷ ରେ ଗୁଡାରି ଥାନା ଅଧିକାରୀ ସସ୍ୱାଇଁ ମର୍ପିତା ଙ୍କୁ ବିଷମକଟକ ବଦଳି ହୋଇଥିବା ବେଳେ l ଗୁଡାରି ଥାନା ଅଧିକାରୀ ଭାବେ ବିଶ୍ୱବାନ୍ଦିନୀ ବାଗ ଙ୍କୁ ବଦଳି ହୋଇଥିଲା l ସୂଚନା ଯୋଗ୍ୟଯେ ବିଶ୍ୱବାନ୍ଦିନୀ ଙ୍କୁ ଟିକିରି ଥାନାରୁ ଗୁଡାରି ବଦଳି ହୋଇଥିଲା ଗତ କିଛି ଦିନ ତଳେ ଟିକିରି ଥାନାରୁ ରିଲିଭ ହୋଇ ଆଜି ଗୁଡାରି ଥାନାର ରେ ନୂତନ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି l ଗୁଡାରି ରେ ବିଭିନ୍ନ ସଂଗଠନ ସହିତ ବିଭିନ୍ନ ରାଜନୈତିକ ଦଳ ରେ ନେତା ମାନେ ନୂତନ ଥାନା ଅଧିକାରୀଙ୍କୁ ସାକ୍ଷାତ କରି ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଛନ୍ତି l ଗୁଡାରି ଥାନା ଅଞ୍ଚଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଅସାମାଜିକ ବ୍ୟକ୍ତି ଙ୍କୁ ସାବାଡ଼ କରିବା ମୋର ଲକ୍ଷ୍ୟ l ପୋଲିସ ହେଉଛି ଜନସାଧାରଣ ଙ୍କ ବନ୍ଧୁ ପୋଲିସ କୁ ଭୟ କରିବା ରେ କିଛି ନାହିଁ l ଜନସାଧାରଣ ତାଙ୍କରି ଅସୁବିଧା ଆସି ମୋତେ ଜଣାଇପାରିବେ ସେଥିପାଇଁ ମୋ ଅଫିସ 24 ଘଣ୍ଟା ଖୋଲା ବୋଲି କହିଛନ୍ତି ନୂତନ ଥାନାଧିକାରୀ ବିଶ୍ଵବନ୍ଦିନୀ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ