ବିଶ୍ଵ ହାତ ଧୁଆ ଦିବସ ରାୟଗଡା CWS ସହଭାଗୀତାରେ ପାଳିତ
ରାୟଗଡ଼ା (ପ୍ରଫୁଲ୍ଲ କୁମାର ବେହେରା)ବିଶ୍ବ ହାତ ଧୋଇବା ଦିବସ ଅବସରରେ Centre for world Solidarity (CWS) ଅନୁଷ୍ଠାନ ତରଫରୁ ଡୁମୁରୀଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ,ଡୁମରୀଗୁଡା, ଶାନ୍ତାବାଡିଗାଁ,ଗୁଜଲପାଡୁ,ଗୋପୀକାଙ୍କୃବାଡି ଗ୍ରାମ ରେ ବିଶ୍ବ ହାତ ଧୋଇବା ଦିବସ ପାଳନ କରାଯାଇଛି, ଶାନ୍ତାବାଗାଁ ଗ୍ରାମ ରେ ହାତ ଧୁଆ ଦିବସ ପାଳନ ଅବସରରେ କୋଲନରା ବ୍ଲକ ର ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର Health Supervisor ଶ୍ରୀ ବିପିନ୍ ବିହାରୀ ପରମାଣିକ, ଥେରୁବାଲି ର Health Supervisor ଶ୍ରୀ ଦେବେନ୍ଦ୍ର କୁମାର ପୁରୁସେତ,ଡୁମୁରୀଗୁଡା CHC ର Health Workers ଶ୍ରୀ ମତୀ କଳ୍ପଲତା ମହାନ୍ତି ଅତିଥି ଭାବରେ ଯୋଗଦେଇ ହାତ ଧୋଇବା ଦିବସ ପାଳନ ର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ,ହାତ ଧୋଇବା ଦ୍ୱାରା ଆମେ ପାଖାପାଖି 60% ଭାଗ ରୋଗରୁ ରକ୍ଷା ପାଇବା ପାଇଁ ବୁଝାଇଥିଲେ ଏହା ପରେ ଉପସ୍ଥିତ ସଦସ୍ୟ ମାନେ ହାତ ଧୁଆ ଅଭ୍ୟାସ ମହିଳା ମାନଙ୍କୁ ଶିକ୍ଷାଇଥିଲେ, ଏଥିରେ ଗ୍ରାମର ଅଙ୍ଗନୱାଡି କର୍ମୀ, ଆଶାକର୍ମୀ,CRP,କୃଷିମିତ୍ର ଙ୍କ ସମେତ ଏହି ଗ୍ରାମ ସହିତ ଅନ୍ୟାନ୍ୟ ଗ୍ରାମର 250 ରୁ ଉର୍ଦ୍ଧ ମହିଳା ଅଂଶ ଗ୍ରହଣ କରିଥିଲେ, ଏହି କାର୍ଯ୍ୟକ୍ରମକୁ CWS ଅନୁଷ୍ଠାନ ର କର୍ମୀ ସୁନେଲି କୁମାର ଦାସ ଏବଂ ସରୋଜ କୁମାର ସିଂ ପରିଚାଳନା କରିଥିଲେ, Volunteer ମିନାଦେଇ ମାଝୀ ଓ ପ୍ରମୋଦିନୀ ତାଣ୍ଡି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ସଦସ୍ୟ CWS କୁ ଧନ୍ୟବାଦ ଅର୍ପଣ କରିଥିଲେ।
