ବିଶ୍ଵ ଶାନ୍ତି ଯଜ୍ଞ ଅବସରରେ ରକ୍ତ ଦାନ ଶିବିର ୪୨ୟୁନିଟ ରକ୍ତ ସଂଗୃହୀତ

ବିଶ୍ଵ ଶାନ୍ତି ଯଜ୍ଞ ଅବସରରେ ରକ୍ତ ଦାନ ଶିବିର ୪୨ୟୁନିଟ ରକ୍ତ ସଂଗୃହୀତ

ବିଶ୍ଵ ଶାନ୍ତି ଯଜ୍ଞ ଅବସରରେ ରକ୍ତ ଦାନ ଶିବିର ୪୨ୟୁନିଟ ରକ୍ତ ସଂଗୃହୀତ……

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୬-୦୨-୨୦୨୬ରିଖ (ଗୁରୁ ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ନୂଆଁ ଗୁଡେଶିରା ଗ୍ରାମ ରେ ଶୋହଳ ତମ ବାର୍ଷିକ ବିଶ୍ଵ ଶାନ୍ତି ଯଜ୍ଞ ଅବସରରେ ନୂଆଁ ଗୁଡେଶିରା ଗ୍ରାମବାସୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସିମେଣ୍ଟ ଫ୍ୟାକ୍ଟ୍ରି ମଠ,ବରଗଡ଼ ର ଗୁରୁ ଭରତ ଦାଶ ଙ୍କ ଶିଷ୍ୟ ବାବା ଦଳ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ତିନି ଯୋଡ଼ା ଦମ୍ପତ୍ତି ଙ୍କ ସମେତ ସର୍ବମୋଟ ୪୨ୟୁନିଟ ସଂଗୃହୀତ ହୋଇଥିଲା।ଏହି ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଓ ନୂଆଁ ଗୁଡେଶିରା ଗ୍ରାମବାସୀ ସୁପରିଚାଳନା କରିଥିଲେ। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ଗ୍ରାମବାସୀ ଙ୍କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ବିଶେଷ କରି ନୂଆଁ ଗୁଡେଶିରା ର ଟିମ୍ ନିଷ୍ଠା ଓ ଗ୍ରାମବାସୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା ।