ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ନିନ୍ଦା
ଗଜପତି (ମନୋଜ ପାଢ଼ୀ): ଜଣେ ବଙ୍ଗଳାଦେଶରେ ଯୁବକଙ୍କୁ ଦୁର୍ବୃତ୍ତମାନେ ପୋଡ଼ି ମାରିବା ଘଟଣାକୁ କଡ଼ା ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ଆଜି ବଜରଙ୍ଗ ଦଳ ଓ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ପାରଳାଖେମୁଣ୍ଡି ସହର ପରିକ୍ରମା କରିଥିଲା | ଯଥାଶୀଘ୍ର ଦୁର୍ବୃତ୍ତମାଙ୍କୁ ଶାସ୍ତିବିଧାନ କରାଯାଉ ଏବଂ ସେଠାରେ ବସବାସ କରୁଥିବା ଅଳ୍ପସଂଖ୍ୟକ ହିନ୍ଦୁମାନଙ୍କ ସୁରକ୍ଷାରଦାୟିତ୍ଵ ଭାରତ ସରକାର ବହନକରନ୍ତୁ ବୋଲି ଦାବି କରାଯାଇଛି।
ଆମ ଦେଶ ତଥା ଆମ ରାଜ୍ୟରଭିନ୍ନ ଭିନ୍ନ ଜିଲ୍ଲାମାନଙ୍କରେ ରୋହିଙ୍ଗାବଙ୍ଗଳାଦେଶୀ ଅନୁପ୍ରବେଶକାରୀମାନେ ବିଭିନ୍ନ ସରକାର ଏବଂ ବେସରକାରୀ ଜମିରେ ଅବୈଧ ଭାବେ ରହି ଆସୁଛନ୍ତି। ସେମାନେ ଚୋରି, ଡକାୟତି, ନାରୀ ଓ ଗୋ-ତସ୍କରି ଭଳି ଉଦ୍ୟମ କରି ଆସୁଛନ୍ତି । ଯେତେ ଶୀଘ୍ର ହୁଏ, ପ୍ରଶାସ ଶାସନ ସେମାନଙ୍କୁ ରାଜ୍ୟରୁ ରୁ ବିଦା କରନ୍ତୁ ଏବଂ ଓଡ଼ିଶା ସରକାର ମଧ୍ୟ ଏ ଦିଗରେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ ବୋଲି ଦାବି କରାଯାଇଛି।

