ବିଳମ୍ବିତ ରାତିରେ ଦୁର୍ଘଟଣା ଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି l
ଗଜପତି,୨୦.୧(ମନୋଜ ପାଢ଼ୀ) – ବିଳମ୍ବିତ ରାତିରେ ଦୁର୍ଘଟଣା ଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି। ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ନିକଟ ଡାହାଣୀନାଳ ଠାରେ ଘଟିଛି ଏହି ଦୁର୍ଘଟଣା । ଘଟଣା ସ୍ଥଳରୁ ସମସ୍ତ ଯାତ୍ରୀ ଗାୟବ ରହିଛନ୍ତି । ନିକଟସ୍ଥ ମେଡିକାଲ କିମ୍ବା ପୋଲିସ ଫାଣ୍ଡି ରେ ଏନେଇ କୌଣସି ସୂଚନା ନଥିବା କହିଛନ୍ତି ଫାଣ୍ଡି ଅଧିକାରୀ । ପାରିପାର୍ଶିକ ସ୍ଥିତି ରୁ ଅନୁଧ୍ୟାନ କଲେ ଜଣା ପଡୁଛି ଦୁର୍ଘଟଣା ପରେ ଗାଡ଼ିର ନମ୍ବର ବାହାର କରି ନେଇଛନ୍ତି ।
ଏପରିକି ଏହି ଗାଡ଼ିଟି ପୂର୍ବରୁ ରଙ୍ଗ କଲର ଥିବା ବେଳେ ଏହାକୁ ଧଳା କଲର କରାଯାଇଥିବା ଅନୁମାନ କରାଯାଉଛି l ତେବେ ଗାଡ଼ିଟି କେଉଁଠିକି ଯାଉଥିଲା? କଣ ପାଇଁ ଯାଉଥିଲା? ଏବଂ କିଏ ସବୁ ଥିଲେ, ସମସ୍ତ ଦିଗକୁ ଅନୁଧ୍ୟାନ କରି ପୋଲିସ ତଦନ୍ତ ଚଳାଇଛି l
