ବିଲେଇବେର୍ଣ୍ନା, ନୂଆଟିକ୍ରା ଅଲେଖ ମହିମା ମଠ ଠାରେ ୨୧ତମ ବିଶ୍ଵ ଶାନ୍ତି ବ୍ରାହ୍ମଯଜ୍ଞ ବାଲ୍ୟଲୀଳା ୨୦୨୬ ଆରମ୍ଭ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ, ଅର୍ଜ୍ଜୁଣ୍ଡା ପଞ୍ଚାୟତ ର ବିଲେଇବେର୍ଣ୍ନା, ନୂଆଟିକ୍ରା ଅଲେଖ ମହିମା ମଠ ଠାରେ ୨୧ତମ ବିଶ୍ଵ ଶାନ୍ତି ଅଖଣ୍ଡ ବ୍ରାହ୍ମଯଜ୍ଞ ବାଲ୍ୟ ଲୀଳା ୨୦୨୬ ଆରମ୍ଭ ହୋଇଯାଇଛି। ଏହା ତାରିଖ ୧୯,୨ ଠାରୁ ୨୧,୨,୨୦୨୬ ଶନିବାର ପର୍ଯ୍ୟନ୍ତ ବିଲେଇବେର୍ଣ୍ନା, ନୂଆଟିକ୍ରା ସ୍ଥିତ ଅଲଖ ମହିମା ମଠ ଠାରେ ଅନୁଷ୍ଠିତ ହେବ। ଆଜି ପ୍ରଥମେ ବିଲେଇବେର୍ଣ୍ନା ବନ୍ଧ ଠାରୁ ନୂଆଟିକ୍ରା ଓ ବିଲେଇବେର୍ଣ୍ଣା ଗ୍ରାମ ର ମହିଳା, ପୁରୁଷ ଶଂଖ, ବାଦ୍ଯ, ହୁଳହୁଳି ଶବ୍ଦରେ କଳସ ଯାତ୍ରା ମହାସମାରୋହରେ ପୂର୍ଣ୍ଣ କଳସ ଆଣି ଯଜ୍ଞ ସ୍ତଳ ସ୍ଥାପନ କରାଯାଇଛି। ଏଥିରେ ମୁଖ୍ୟ ଭବରେ ସନ୍ୟାସୀ ବାବା ( ସୁରଥ ତ୍ୟାଗୀ ମଠ, ଖଲିଆପାଲି ) ର ହୋମଯଜ୍ଞ ପୂଜା କାର୍ଯ୍ୟ ତୁଲାଉଛନ୍ତି। ବହୁ ସଂଖ୍ୟାରେ ଅଲେଖ ମହିମା ଧର୍ମାବଲମ୍ବୀ ବାବା ମାନେ ଯୋଗ ଦେଇ ପୂଜା କାର୍ଯ୍ୟ ତୁଲାଉଛନ୍ତି ଓ ସହଯୋଗ କରୁଛନ୍ତି। ଏହି ଅବସରରେ ପ୍ରତି ଦିନ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଆୟୋଜକ କମିଟି ର ସିତାରାମ ବନଛୋର, ଚକ୍ରପାଣି ଭୂଏ, ଗଣେଶ ସନ୍ୟାସୀ, ଗୋପବନ୍ଧୁ ଥପା, ରମେଶ ବାଗ ଓ ନରେନ୍ଦ୍ର ଭୂଏ ପ୍ରମୁଖ ପରିଚାଳନା ରେ ଅଂଶଗ୍ରହଣ କରୁଛନ୍ତି। ଅଂଚଳର ଶ୍ରଦ୍ଧାଳୁ, ଭକ୍ତମାନେ ଓ ଜନସାଧାରଣ ଦର୍ଶନ କରି ଆଶିଷ ଭିକ୍ଷା କରୁଛନ୍ତି ଓ ସହଯୋଗ କରୁଛନ୍ତି। ଏଥିରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ଭୋଗ ବ୍ୟବସ୍ଥା କରାଯାଉଛି। ଏହି ଅବସରରେ ଅଂଚଳର ସମସ୍ତ ଜନସାଧାରଣଙ୍କ ମନରେ ଉତ୍ସାହ ଉଦ୍ଦୀପନା ସୃଷ୍ଟି ହୋଇ ଭକ୍ତି ମାର୍ଗ ପ୍ରଦର୍ଶିତ ହେଉଛି।
