ବିଲିଭର୍ସ ଇଷ୍ଟର୍ଣ ଚର୍ଚ୍ଚ ତେଙ୍ଗେଡ଼ାପଥର ଟିକାବାଲି, ରେ ଧୂମଧାମ ରେ ବଡ଼ଦିନ ପାଳନ….

ବିଲିଭର୍ସ ଇଷ୍ଟର୍ଣ ଚର୍ଚ୍ଚ ତେଙ୍ଗେଡ଼ାପଥର ଟିକାବାଲି, ରେ ଧୂମଧାମ ରେ ବଡ଼ଦିନ ପାଳନ....

ବିଲିଭର୍ସ ଇଷ୍ଟର୍ଣ ଚର୍ଚ୍ଚ ତେଙ୍ଗେଡ଼ାପଥର ଟିକାବାଲି, ରେ ଧୂମଧାମ ରେ ବଡ଼ଦିନ ପାଳନ….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ନିକଟସ୍ଥ ବିଲିଭର୍ସ ଇଷ୍ଟର୍ଣ ଚର୍ଚ୍ଚ ତେଙ୍ଗେଡ଼ାପଥର ରେ ବଡଦିନ ପର୍ବକୁ ଖ୍ରୀଷ୍ଟିଆନ ଓ ଅଣ ଖ୍ରୀଷ୍ଟିଆନ୍ ଦୁଇ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା କୁ ବଜାୟ ରଖି ପ୍ରତିବର୍ଷ ପରି ଏଇ ବର୍ଷ ମଧ୍ୟ ବଡ଼ ଧୁମଧାମରେ ଉତ୍ସବ ପାଳନ କରିଥିଲେ । ଏଇ ଉତ୍ସବରେ ଆଖ ପାଖ ଗ୍ରାମରୁ ଅନେକ ଲୋକ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟ କ୍ରମକୁ ଆନନ୍ଦର ସହିତ ଉପଭଗ କରିଥିଲେ । ଫାଦେର୍ ହିମାଂଶୁ ନାୟକ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧକ୍ଷ ଶ୍ରୀ ଦିଲୀପ କହଁର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଇ କାର୍ଯ୍ୟ କ୍ରମରେ ବିଜେପିର ରାଜ୍ୟ ଅନୁସୂଚିତ ଜାତି ମୋର୍ଚା ର ଉପସଭାପତି ଶ୍ରୀ ରମବିଶି ଦିଗାଲ, ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତି ପ୍ରଧାନ, ଶ୍ରୀ ଶଶିଭୂଷଣ ଭୋଇ, ଶ୍ରୀ ସମୀର ଭୋଇ, ବିକ୍ରମ ସିଂ ଦଳବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟ କ୍ରମରେ ଫାଦେର ଲେବିୟ ରଇତ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ପ୍ରଦୀପ କୁମାର୍ ଦିଗାଲ ପରିଚାଳନା କରିଥିଲେ । ମଣ୍ଡଳୀର ପ୍ରାଚୀନ ଶ୍ରୀ ଚକ୍ର ଦିଗାଲ ବଡଦିନ ଶୁଭେଛା ଜ୍ଞାପନ କରିଥିବା ବେଳେ ପାଳକ ବାବୁଲି ଦିଗାଲ ଧନ୍ୟବାଦ୍ ଅର୍ପଣ କରିଥିଲେ । ଫିଳିପ ନାୟକ ଓ ପ୍ରଦ୍ୟୁମ୍ନ ସଂସ୍କୃତିକୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଚର୍ଚ୍ଚ କମିଟି ତରଫରୁ ହନ।, କିଶାନ, ଚିନୁ, ବିନୋଦ, ରାଜେନ୍ଦ୍ର, ମିଣ୍ଟ ସଦାନନ୍ଦ, ଜିତୁ, କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।