ବିରିକୋଟ ପଂଚାୟତରେ ଜାତୀୟ ପେସା ଦିବସ ଅନୁଷ୍ଠିତ ହୋଇଅଛି

ବିରିକୋଟ ପଂଚାୟତରେ ଜାତୀୟ ପେସା ଦିବସ ଅନୁଷ୍ଠିତ ହୋଇଅଛି

ବିରିକୋଟ ପଂଚାୟତରେ ଜାତୀୟ ପେସା ଦିବସ ଅନୁଷ୍ଠିତ ହୋଇଅଛି

ଗଜପତି,୨୬.୧୨.୨୦୨୫(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ବିରିକୋଟ ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜାତୀୟ ପେସା ଦିବସ ଅନୁଷ୍ଠିତ ହୋଇ ଅଛି l ଏହି ଗ୍ରାମ ସଭାରେ ଶ୍ରୀମତୀ ନୟମୀ ମାଝୀ ସଭାପତିତ୍ୱ କରାଯାଇଥିଲା l ଏବଂ ଗ୍ରାମ ସଭାରେ ନାଏବ ସରପଞ୍ଚ ପାଉଲ ଦଳବେହେରା 19 ଗୋଟେ ଗ୍ରାମର ସମସ୍ତେ ୱାର୍ଡମେମ୍ବର ବିଭିନ୍ନ ଗ୍ରାମର ଜନ ସାଧାରଣ ଓ ବୁଦ୍ଧି ଜୀବି ଓ ପୂର୍ବତନ ସରପଞ୍ଚ ମୋସା ମାଝୀ ଯୋଗ ଦେଇ ସରକାରଙ୍କ ଜଣକଲ୍ୟାଣ କାରି ଯୋଜନା ସମ୍ବନ୍ଧ ରେ ଜଣ ସାଧାରଣ ଙ୍କୁ ଅବଗତ କରିଥିଲେ l ବିରିକୋଟ ଗ୍ରାମପଂଚାୟତର ADEO ଶ୍ରୀ ପ୍ରତ୍ୱyଷ ରଞ୍ଜନ ପାଣି ଏହି ଗ୍ରାମ ସଭାରେ ନୋଡାଲ ଅଫିସର ଭାବେ ଉପସ୍ଥିତ ରହି VB-G-RAM-G ଯୋଜନା ଉପରେ ଆଲୋକ ପାତ କରି ଥିଲେ l ଗ୍ରାମସଭାରେ ମୋବିଲାଇଜର ଶ୍ରୀମତୀ ବନିତା ସେନାପତି ପେସା ଆଇନ ଓ ଏହି ଆଇନ ଆବଶ୍ୟକତ ତଥା କାର୍ଯ୍ୟକାତା ସମ୍ବନ୍ଧରେ ଅବଗତ କରିଥିଲେ l ବିରିକୋଟ ରାଜସ୍ବ ନିରୀକ୍ଷକ ଯୋଗ ଦେଇ ଜଙ୍ଗଲ ଜମି ଉପରେ ଆଲୋକ ପାତ କରି ଥିଲେ l