ବିଭିନ୍ନ ସ୍ଥାନରେ ପୁଲିସ ଚଢାଉ, ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ।
ଗଜପତି,13.3 (ମନୋଜ ପାଢ଼ୀ) ଗଜପତି ଜିଲ୍ଲା ଅଡବା ଆର,ଉଦୟଗିରି ଥାନା ଦୁର୍ଗମ ଗାଁରେ ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଥିଲେ । ଗଜପତି ଜିଲ୍ଲା ଅଡବା ଥାନା ଗୁଲୁବା ପଞ୍ଚାୟତ ଚନ୍ଦ୍ରନପୁର ଗାଁ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଥିବା ପୁଲିସ ସୁଚନା ପାଇବା ପରେ ଗାଁରେ ଚଢାଉ କରିଥିଲେ । ପୁଲିସ ଗାଁ ନିକଟ ଜଙ୍ଗଲରୁ ଦୁଇ କୁଇଣ୍ଟାଲ ୫୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ପୁଲିସକୁ ଦେଖି ଗଞ୍ଜେଇ ମାଲିକ ଫେରାର ହୋଇଯାଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ଦୁଇ ଲକ୍ଷ ୫୭ ହଜାର ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି । ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କହିଛି । ଦୁର୍ଗମ ଗାଁରେ ପୁଲିସ ଚଢାଉ କରି ୩ ଜଣ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚଢାଉ ଗଞ୍ଜେଇ ଜବତ କରିଛି । ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ସମ୍ବଲପୁର ପଞ୍ଚାୟତ ବୁରୁସାହି ଗାଁରେ ଘରେ ଘରେ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଥିବା ପୁଲିସ ସୁଚନା ପାଇବା ପରେ ଗାଁରେ ଚଢାଉ କରିଥିଲେ ।
ପୁଲିସ ବୁରୁସାହି ଯହନ ଗମାଙ୍ଗ, ସାଧୁ ଚରଣ ଗମାଙ୍ଗ ଓ ଇଶ ମଣ୍ଡଳ ଏହି ୩ ଜଣ ବ୍ୟକ୍ତି ଘରେ ଚଢାଉ କରି ଘରୁ ୪ କୁଇଣ୍ଟାଲ ୫୫ କେଜି ଗଞ୍ଜେଇ ଜବତ କରିଥିଲେ । ପୁଲିସକୁ ଦେଖି ଘର ମାଲିକ ଫେରାର ହୋଇଯାଇଥିବା ବେଳେ ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆର,ଉଦୟଗିରି ଥାନା ଅଧିକାରୀ ପ୍ରମଦ କୁମାର ଦଣ୍ଡୁଆଳ ସୁଚନା ଦେଇଛନ୍ତି । ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଇଛି ।
