ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗୋବିନ୍ଦପୁର ଗ୍ରାମବାସୀ

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗୋବିନ୍ଦପୁର ଗ୍ରାମବାସୀ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଅବାଧ ମଦବିକ୍ରୀ, ଜବରଦଖଲ ଜମି ଚିହ୍ନଟ ଓ ବିଦ୍ୟାଳୟର ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଆଜି ୫୦ ରୁ ଅଧିକ ଗ୍ରାମବାସୀ ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଗୋବିନ୍ଦପୁର ଗ୍ରାମରେ ଗୋବିନ୍ଦପୁର ମୌଜାର ଶ୍ମଶାନଘାଟ ଓ ଗୋଚର ଜମିକୁ ଗ୍ରାମର ମଦନ ଦଳବେହେରା ଓ ଧ୍ରୁବା ନାୟକ କିଛି ବର୍ଷ ହେଲା ଜବର ଦଖଲ କରି ଚାଷ କରି ଆସୁଛନ୍ତି । ଗ୍ରାମବାସୀ କହିଲେ ମଧ୍ୟ ଜମିକୁ ଛାଡୁ ନାହାନ୍ତି । ଅଭିଯୋଗକୁ ନେଇ ପୂର୍ବତନ ଜିଲ୍ଲାପାଳଙ୍କ ନିର୍ଦେଶରେ ସ୍ଥାନୀୟ ତହସିଲିଦାର ଓ ପୁଲିସ ତଦନ୍ତ କରି ଉକ୍ତ ଜମିକୁ ନଯିବାକୁ ଜବରଦଖଲକାରୀଙ୍କୁ ତାଗିଦ୍ କରିଥିଲେ ମଧ୍ୟ ସେମାନେ ଶୁଣୁନାହାନ୍ତି । ଏପରିକି ବିବାଦ ସ୍ଥାନକୁ ଗ୍ରାମବାସୀ ଜଙ୍ଗଲ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇ ବନବିଭାକୁ ହସ୍ତାନ୍ତର କରିଥିଲେ । ଉକ୍ତ ଜମିରେ ବନ ବିଭାଗ ଜଙ୍ଗଲ ସୃଷ୍ଟି କରିବାକୁ ମୂଲ୍ୟବାନ ଗଛ ମଧ୍ୟ ଲଗାଇଥିଲା ବତ୍ତମାନ ଜଙ୍ଗଲ ବିଭାଗଙ୍କ ଦ୍ବାରା ଲଗା ଯାଇଥିବା ଗଛଗୁଡିକୁ କାଟି ପୁଣିଥରେ ଚାଷ କରିବାକୁ ଉଦ୍ୟମ କରୁଛନ୍ତି । ଅପରପକ୍ଷରେ ଗାଇଗୋରୁ, ଛେଳି ଚାରଣ ସ୍ଥାନ ନଥିବା , ଶ୍ମଶାନ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଜିଲ୍ଲାପାଳଙ୍କୁ ଜଣାଇଥିଲେ । ସେହପରି ପଞ୍ଚାୟତରେ ବନ୍ଦ ଥିବା ମଦ କାରବାର ପୁଣି ଆରମ୍ଭ ହୋଇଛି । ଏପରିକି ବିଦ୍ୟାଳୟ ସମ୍ମୁଖରେ ଚୋରା ମଦ ବିକ୍ରି କରାଯାଇଛି । ଏଥି ପାଇଁ ନାନା ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ସେହିପରି ଗ୍ରାମରେ ଥିବା କ୍ଷେତ୍ରୀ ସାହୁ ଉଚ ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ଦେଖାଦେଇଛି । ବହୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମଧ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗ କରିଛନ୍ତି । ସମସ୍ତ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଅବଗତ ହେବା ପରେ ତଦନ୍ତ କରାଯାଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହିତ ସଂପୃକ୍ତ ଗହଣ କରାଯିବ ବୋଲି କହିବା ସହିତ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।