ବିବାହ ବାର୍ଷିକୀରେ ନିଷ୍ଠା ର ରକ୍ତ ଦାନ ଶିବିର ୫୦ୟୁନିଟ ରକ୍ତ ସଂଗୃହୀତ…..
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୧୧-୦୩-୨୦୨୫ରିଖ (ମଙ୍ଗଳ ବାର)ବରଗଡ଼ ବ୍ଲକ ଗାଇସିମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଲିପାଲି ଗ୍ରାମ ର ଫୁଟବଲ ପଡ଼ିଆ ରେ ନିଷ୍ଠା ପରିବାର ର ସକ୍ରୀୟ ସଦସ୍ୟ ଶ୍ରୀ ନରୋତ୍ତମ ଭୋଇ ଓ ତାଙ୍କ ଧର୍ମ ପତ୍ନୀ ତୃପ୍ତି ଙ୍କ ର ଦ୍ଵିତୀୟ ବିବାହ ବାର୍ଷିକୀ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ନିଷ୍ଠା ପରିବାର ଓ ଭୋଇ ପରିବାର ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ନରୋତ୍ତମ ଭୋଇ ଓ ତାଙ୍କ ଧର୍ମ ପତ୍ନୀ ତୃପ୍ତି ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ବିବାହ ବାର୍ଷିକୀ ରେ ରକ୍ତ ଦାନ ଶିବିର ଆୟୋଜନ କରିବା ସହ ପରିବାର ବର୍ଗ ରକ୍ତ ଦାନ କରି ବେଶ୍ ଉତ୍ସାହିତ ଥିଲେ ପୂରା ଭୋଇ ପରିବାର।ନରୋତ୍ତମ ଙ୍କ ସମେତ ଏହି ଶିବିର ରୁ ସର୍ବମୋଟ ୫୦ୟୁନିଟ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ନିଷ୍ଠା ଟିମ୍ ମାଲିପାଲି ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ଏହି ଶିବିର ର ସୁପରିଚାଳନା କରିଥିଲେ। ପରିଶେଷରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଭୋଇ ପରିବାର କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା,ସହଯୋଗୀ,ଶୁଭେଛୁ, ଭୋଇ ପରିବାର ଓ ମାଲିପାଲି ଗ୍ରାମବାସୀ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ ନରୋତ୍ତମ ଓ ତୃପ୍ତି ଙ୍କୁ ବିବାହ ବାର୍ଷିକୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

