ବିବାହ ଉତ୍ସବ ରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ……
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୬-୦୩-୨୦୨୬ରିଖ (ଶୁକ୍ର ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସିମା ଗ୍ରାମ ର କମଳ ସାହୁ ଓ ସୁଷମା ସାହୁ ଙ୍କ ଏକ ମାତ୍ର ପୁତ୍ର ଆମ ନିଷ୍ଠା ପରିବାର ର ସଦସ୍ୟ ରୋହିତ ସାହୁ ଓ ପୂଜା ସାହୁ ଙ୍କ ବିବାହ ଉତ୍ସବ ଅବସ ରେ ନିଷ୍ଠା ପରିବାର ଓ ସାହୁ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଗାଈସିମା ଗ୍ରାମ ରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ରୋହିତ ସାହୁ ଓ ପୂଜା ସାହୁ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବା ସହ ଉଭୟେ ରକ୍ତ ଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରୋହିତ ସାହୁ ଙ୍କ ବାପା କମଳ ସାହୁ ମଧ୍ୟ ରକ୍ତ ଦାନ କରିଥିଲେ।ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବିବାହ ଉତ୍ସବ ରେ ରକ୍ତ ଦାନ ଶିବିର କରି ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ସାହୁ ପରିବାର। ରକ୍ତ ଦାନ ଶିବିର ଆୟୋଜନ ପାଇଁ ସାହୁ ପରିବାର କୁ ଆମ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଓ ସାହୁ ପରିବାର ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ବିଶେଷ କରି ସାହୁ ପରିବାର କୁ ନିଷ୍ଠା ପରିବାର ତରଫ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
